ଗାଉନ୍‌ ବଦଳରେ ଶାଢ଼ି ପିନ୍ଧି ଓଢ଼ଣା ପକାଇ ବସିବାକୁ କହିଲେ ବରପକ୍ଷ, ବିବାହ ଭାଙ୍ଗି ଦେଲା କନ୍ୟା

ଭୋପାଲ: ବିବାହ ଏକ ପବିତ୍ର ବନ୍ଧନ। ତେବେ ସମୟସମୟରେ ବର-ବଧୂ ଉଭୟଙ୍କ ପକ୍ଷରୁ କିଛି ଭୁଲ ବୁଝାମଣା ହେତୁ ଏହି ବିବାହ ଭାଙ୍ଗିବାର ଅନେକ ଖବର ସାମ୍ନାକୁ ଆସିଛି। ନିକଟରେ ବରପକ୍ଷ ବଧୂକୁ ଗାଉନ୍‌ ବଦଳରେ ଶାଢ଼ି ପିନ୍ଧିବାକୁ କହିବାରୁ ବିବାହ ଭାଙ୍ଗି ଯାଇଥିବା ଶୁଣିବାକୁ ମିଳିିଛି।

ସୂଚନାଯୋଗ୍ୟ, ବର୍ଷା ସୋନାଓ୍ଵାଙ୍କ ବିବାହ ବଲ୍ଲଭ ପନ୍‌ଚୋଲିଙ୍କ ସହିତ ସ୍ଥିର ହୋଇଥିଲା। ବଲ୍ଲଭ ପନ୍‌ଚୋଲି ବିବାହ ପାଇଁ ବରଯାତ୍ରୀ ଧରି ମଧ୍ୟପ୍ରଦେଶ ରତଲାମରେ କନ୍ୟା ଘରେ ଆସି ପହଞ୍ଚିଥିଲେ। କନ୍ୟା ଗାଉନ୍‌ ପିନ୍ଧିଥିବା ହେତୁ ବରଘର ପକ୍ଷ ଆପତ୍ତି କରିଥିଲେ। ଏହିଠାରୁ ହିଁ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। କନ୍ୟାକୁ ଗାଉନ୍‌ ଖୋଲି ଶାଢ଼ି ପିନ୍ଧି ମୁଣ୍ଡରେ ଓଢ଼ଣା ପକାଇ ବସିବାକୁ କହିଥିଲେ। ବର୍ଷା ଯେତେବେଳ ଏପରି କରି ପାରିବ ନାହିଁ ବୋଲି ରୋକଠୋକ୍‌ ମନା କରି ଦେଇଥିଲେ ବରପକ୍ଷଙ୍କୁ ଅପମାନ ଲାଗିଥିଲା। ଏହାପରେ ସାମାନ୍ୟ ବଚସାକୁ ନେଇ ପୁଲିସ ଷ୍ଟେସନ୍‌ରେ ଯାଇ କଥା ପହଞ୍ଚିଥିଲା। ତିନିଘଣ୍ଟାର ଆଲୋଚନା ପରେ ଏହି ବିବାହକୁ ବନ୍ଦ କରିବାକୁ ଉଭୟ ବର-କନ୍ୟା ସ୍ଥିର କରିଥିଲେ।

ପୁଲିସ ସୂତ୍ରରୁ ପ୍ରକାଶ, ବର ସିଭିଲ୍‌ ଇଞ୍ଜିନିୟର ଥିବା ବେଳେ କନ୍ୟା ଜଣେ ସରକାରୀ କର୍ମଚାରୀ।

ସମ୍ବନ୍ଧିତ ଖବର