ନୂଆଦିଲ୍ଲୀ: ବୁଧବାର ସକାଳେ ଲକ୍ଷ୍ମୌ-ପିଲିଭିତ ରେଳ ବିଭାଗରେ ଟ୍ରେନ୍ ଧକ୍କାରେ ସ୍ୱାମୀ, ସ୍ତ୍ରୀ ଏବଂ ତିନି ବର୍ଷର ଶିଶୁଙ୍କର ମୃତ୍ୟୁ ହୋଇଥିବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୃତକଙ୍କ ମଧ୍ୟ‌ରେ ଅହମଦ(୩୦ବର୍ଷ), ଅହମଦଙ୍କ ସ୍ତ୍ରୀ ନାଜନିନ (୨୫) ଓ ପୁଅ ଅକରମ (୩ବର୍ଷ ରହିଛନ୍ତି।

Advertisment

ପୁଲିସ ଏବଂ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁସାରେ, ସ୍ୱାମୀ ଅହମଦ ସ୍ତ୍ରୀ ନାଜନିନ ସେମାନଙ୍କ ତିନି ବର୍ଷର ପୁଅ ସହିତ ରେଲୱେ ଟ୍ରାକ ନିକଟରେ ରିଲ୍ସ ତିଆରି କରିବାରେ ବ୍ୟସ୍ତ  ଥିଲେ। ଏହି ସମୟରେ ଲକ୍ଷ୍ମୌ ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରେନ୍‌ ଉକ୍ତ ପରିବାରକୁ ଧକ୍କା ଦେଇଥିଲା।

ଏହି ଧକ୍କାରେ ବାପା, ମା’ ଓ ତିନିବର୍ଷର ଶିଶୁଙ୍କ ଆଖିପିଛୁଳାକେ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାର ସୀତାପୁର ଜିଲ୍ଲାର ଲହରପୁର ସହରର ବାସିନ୍ଦା ଥିବା ଜଣାପଡ଼ିଛି। ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ସହିତ ସ୍ଥାନୀୟଲୋକଙ୍କ ଘଟଣାସ୍ଥଳରେ ଭିଡ଼ ଜମିଥିଲା। ରେଳ ଧାରଣାରେ ବାପା, ମା’ ଓ ଶିଶୁଙ୍କୁ କ୍ଷତାକ୍ତ ଅବସ୍ଥାରେ ଏତେତେଣେ ପଡ଼ିଥିବାର ଲୋକଟାଙ୍କୁରା ଦୃଶ୍ୟ ଦେଖି ସ୍ତବ୍ଧ ହୋଇଯାଇଥିଲେ ପୁଲିସ ସମେତ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ। 

 ଏହି ଖବର ପଢ଼ନ୍ତୁ: https://sambad.in/entertainment/anil-arora-commits-suicide-7060999