ଖଣ୍ଡଗିରି: ଘରୋଇ କଳିରୁ ଭାଉଜକୁ ମାଡ଼ ମାରିବା ଅଭିଯୋଗରେ ଶନିବାର ତମାଣ୍ଡୋ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ହେଲେ, କଳିଙ୍ଗବିହାର କେ-୪ର ସୁବାସ ଆଚାର୍ଯ୍ୟ (୩୬)। ପୁଲିସ ସୂଚନାନୁସାରେ ସୁବାସ ଓ ତାଙ୍କ ବଡ଼ ଭାଇ ମାନସ ଗୋଟିଏ ଘରେ ରହୁଛନ୍ତି। ଦୁଇ ଭାଇ ଗୋଟିଏ ଘରର ୨ ଭଉଣୀଙ୍କୁ ବିବାହ କରିଛନ୍ତି। ମାତ୍ର ବିବାହ ପରଠାରୁ ଦୁଇ ଭାଇଙ୍କ ଭିତରେ ପଡ଼ୁନାହିଁ। ଏମିତିକି ଦୁଇ ଯା’ ସାଜିଥିବା ଦୁଇ ଭଉଣୀଙ୍କ ଭିତରେ ମଧ୍ୟ ଭଲ ସମ୍ପର୍କ ନାହିଁ। ଶୁକ୍ରବାର ସନ୍ଧ୍ୟାରେ କୌଣସି କଥାକୁ ନେଇ ଲାଗି ଯାଇଥିବା ଏଭଳି ଏକ ଘରୋଇ କଳି ଉଗ୍ରରୂପ ଧାରଣ କରିଥିଲା। ବଡ଼ ଭାଉଜ ନମିତା ତମାଣ୍ଡୋ ଥାନାରେ କରିଥିବା ଅଭିଯୋଗ ଅନୁସାରେ ଦିଅର ସୁବାସ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହ ମାଡ଼ ମାରିଥିଲା।
ଭାଉଜକୁ ମାଡ଼ ମାରି ଦିଅର ଗିରଫ
/sambad/media/post_attachments/wp-content/uploads/2018/03/Arrest-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)