ବାଲିଅନ୍ତା: ବାଲିଅନ୍ତା ଥାନା ଅନ୍ତର୍ଗତ ପୂରଣପଧାନ ଗ୍ରାମର ଅନ୍ନପୂର୍ଣ୍ଣା ବେହେରା ନାମ୍ନୀ ଜଣେ ମହିଳାଙ୍କୁ ମାଡ଼ମାରିବା ମାମଲାରେ ଆଜି ବାଳକାଟି ଫାଣ୍ଡି ପୁଲିସ ତାଙ୍କ ଦିଅରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ସଂପର୍କୀୟ ଦିଅର ଜଣକ ହେଲେ ରବୀନ୍ଦ୍ର କୁମାର ବେହେରା (୩୮)। ଏ ସଂପର୍କରେ ତାଙ୍କ ବିରୋଧରେ ଅନ୍ନପୂର୍ଣ୍ଣ ବାଳକାଟି ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର ଏକ ମାମଲା ରୁଜୁ କରି ବାଲିଅନ୍ତା ଥାନା ପୁଲିସ ରବୀନ୍ଦ୍ରଙ୍କୁ କୋର୍ଟ ଚାଲାଣ କରିଛି। ତେବେ ଜାମିନ ନାମଂଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ପ୍ରାପ୍ତ ସୂଚନାନୁଯାୟୀ ଉପରୋକ୍ତ ଦୁଇ ପରିବାର ମଧ୍ୟରେ ଦୀର୍ଘଦିନ ଧରି ଜାଗାବାଡ଼ିକୁ କେନ୍ଦ୍ରକରି ଗଣ୍ଡଗୋଳ ଲାଗି ରହିଛି। ଗତକାଲି ସେମାନଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା। ଛୁରିରେ ଆକ୍ରମଣ ହେବାରୁ ଅନ୍ନପୂର୍ଣ୍ଣାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।
ଭାଉଜକୁ ମାଡ଼ମାରି ଜେଲ୍ ଗଲେ ଦିଅର
/sambad/media/post_attachments/wp-content/uploads/2018/04/arrest-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)