କୁର୍ଣ୍ଣୁଲ: ଶନିବାର ଆନ୍ଧ୍ରପ୍ରଦେଶର ଏକ ସରକାରୀ ଡାକ୍ତରଖାନାରେ ଏକ ଅଜବ ଘଟଣା ଘଟିଥିଲା। ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିବା ପରେ ଚିକିତ୍ସା ପାଇଁ ତାଙ୍କୁ ନନ୍ଦୟାଲ ସରକାରୀ ଡାକ୍ତରଖାନାକୁ ଅଣାଯାଇଥିଲା। ଯୁବକଙ୍କ ଚିକିତ୍ସା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ଶବ ବ୍ୟବଚ୍ଛେଦ ପାଇଁ କହିଥିଲେ। କିନ୍ତୁ ଶବ ବ୍ୟବଚ୍ଛେଦ କରାଇବାକୁ ଚାହୁଁ ନଥିବାରୁ ମୃତଦେହକୁ ଧରି ଲୁଚି ପଳାଇଥିଲେ ମୃତ ଯୁବକଙ୍କ ପରିବାରର ଦୁଇ ସଦସ୍ୟ। କିନ୍ତୁ ଏ ନେଇ ପୁଲିସକୁ ସୂଚନା ଦିଆଯିବା ପରେ ପୁଲିସ ପିଛା କରି ମୃତଦେହକୁ ପୁଣି ଡାକ୍ତରଖାନା ଆଣିଥିଲା ବୋଲି ଜଣା ପଡ଼ିଛି।
India Todayସୂଚନା ମୁତାବକ, ମୃତ ଯୁବକ ନାରାୟଣ ପ୍ରେମରେ ବିଫଳ ହେବାରୁ ନିଜ ଚାଷ ଜମିରେ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରିବାର ଲୋକେ ତୁରନ୍ତ ନାରାୟଣଙ୍କୁ ଡାକ୍ତରଖାନା ନେଇଥିଲେ ମଧ୍ୟ ଡାକ୍ତର ନାରାୟଣଙ୍କୁ ମୃତ ଘୋଷଣା କରିଥିଲେ। ଏହା ପରେ ଶବକୁ ବ୍ୟବଚ୍ଛେଦ ପାଇଁ ନେବାକୁ କହିବାରୁ ପରିବାର ଲୋକେ ଡାକ୍ତରଖାନା କର୍ମଚାରୀ ଓ ପୁଲିସ କର୍ମଚାରୀଙ୍କ ସହ ଝଗଡ଼ା କରିବା ଆରମ୍ଭ କରିଥିଲେ। ଏ ମଧ୍ୟରେ ପରିବାରର ଦୁଇ ସଦସ୍ୟ ମୃତଦେହକୁ ଡାକ୍ତରଖାନା ବାହାରକୁ ଆଣି ବାଇକ୍ ଯୋଗେ ସେଠାରୁ ନେଇ ଚାଲି ଆସିଥିଲେ। ତୁରନ୍ତ ପୁଲିସକୁ ଏ ନେଇ ସୂଚନା ମିଳିବା ପରେ ପୁଲିସ ବାଇକର ପିଛା କରି ମୃତଦେହକୁ ଡାକ୍ତରଖାନା ଆଣିଥିଲା। ଯାହା ପରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ବୋଲି ଜଣା ପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/ବବ-51.jpg)