ଚାଷୀଙ୍କ ପାଖକୁ ଆସିଲା ୩ କୋଟି ୭୧ ଲକ୍ଷ ଟଙ୍କାର ବିଜୁଳି ବିଲ୍

ଜୟପୁର: ରାଜସ୍ଥାନରେ ସରକାରଙ୍କ ଏକ ବଡ଼ ଅବହେଳା ଦେଖିବାକୁ ମିଳିଛି | ଉଦୟପୁରରେ ଜଣେ ଚାଷୀଙ୍କ ପାଖକୁ ୩ କୋଟି ୭୧ ଲକ୍ଷ ଟଙ୍କାର ବିଜୁଳି ବିଲ୍ ଆସିଥିବା ଜଣାପଡ଼ିଛି।

ଏହି ଘଟଣାକୁ ନେଇ ବିଧାନସଭାରେ ବିରୋଧୀ ନେତା ଗୁଲାବ ଚାନ୍ଦ କଟାରିୟା କହିଛନ୍ତି ଯେ, ତାଙ୍କ ପାଖକୁ ଗିଙ୍ଗଲାରୁ ପେମାରାମ ନାମକ ଜଣେ ଚାଷୀଙ୍କ ବିଲ୍ ଆସିଥିଲା | ଏଥିରେ ଚାଷୀ ୩,୭୧, ୬୧, ୫୦୭ ଟଙ୍କାର ବିଜୁଳି ବିଲ୍ କଟା ଯାଇଥିବା ସେ ଦେଖିବାକୁ ପାଇଥିଲେ।
ଅଭିଯୋଗ ପରେ ଏହି ମାମଲାରେ ବିଜୁଳି ବିଭାଗ ସହାୟକ ଯନ୍ତ୍ରୀ ସୂଚନା ପାଇବା ପରେ ବିଲ୍ ସୁଧାରି ଦେଇଛନ୍ତି | ବାସ୍ତବିକ ବିଲ୍ ଯାହା ଥିଲା ଚାଷୀଙ୍କୁ ସେହି ବିଲ୍ ଦିଆଯାଇଥିଲା। ଚାଷୀଙ୍କ ବାସ୍ତବ ବିଲ୍ ୬ ହଜାର ୪୦୦ ଟଙ୍କା ଥିଲା ।

ମୁଖ୍ୟ ଯନ୍ତ୍ରୀ ଏନଏଲ ସଲବି କହିଛନ୍ତି ଯେ, କମ୍ପ୍ୟୁଟରରେ ସର୍ଭର ଡାଉନ ଥିବାରୁ ଡବଲ୍ ଫିଡିଙ୍ଗ୍ କିମ୍ବା କ୍ଲରିକାଲ୍ ଗଣନା ଯୋଗୁଁ ଭୁଲ ହୋଇ ଯାଇଥିଲା |

ସମ୍ବନ୍ଧିତ ଖବର