ନରେଓ୍ଵ: ବିଧାନସଭାରେ ପକ୍ଷ ଓ ବିପକ୍ଷଙ୍କ ମଧ୍ୟରେ କୌଣସି ପ୍ରସଙ୍ଗକୁ ନେଇ ଯୁକ୍ତିତର୍କ ଲାଗି ଚାଲିଥିବା ଆଲୋଚନାକୁ କିଛି ସମୟ ପାଇଁ ସ୍ଥଗିତ ରଖାଯିବା ଘଟଣା ଆପଣମାନେ ପୂର୍ବରୁ ଶୁଣିଥିବେ। କେବଳ ଭାରତ ନୁହେଁ ସମସ୍ତ ଗଣତାନ୍ତ୍ରିକ ଦେଶରେ ବିଧାନସଭାରେ ଏମିତି ଘଟଣା ଘଟିବା ସାଧାରଣ କଥା। କିନ୍ତୁ କେନ୍ୟାର ଏକ ବିଧାନସଭାରେ ଭିନ୍ନ ଏକ ଘଟଣା ଘଟିଛି।

Advertisment

ଗତ ବୁଧବାର ହୋମା େଓ୍ଵ କାଉଣ୍ଟି ବିଧାନସଭାରେ ଏକ ପ୍ରସଙ୍ଗକୁ ନେଇ ଆଲୋଚନା ଚାଲିଥିଲା। ଏହି ସମୟରେ କୌଣସି ସଦସ୍ୟ ସେଠାରେ ନିଜର ଦୁର୍ଗନ୍ଧ ବାୟୁ ଛାଡ଼ି ଦେଇଥିଲେ। ଫଳରେ ବିଧାନସଭାରେ ଚାଲିଥିବା ଆଲୋଚନାକୁ କିଛି ସମୟ ପାଇଁ ସ୍ଥଗିତ ରଖିବାକୁ ପଡ଼ିଥିଲା।

ସୂଚନାଯୋଗ୍ୟ, ବିଧାନସଭାରେ ବସିଥିବା ନେତା କୌଣସି ଏକ ପ୍ରସଙ୍ଗକୁ ନେଇ ନିଜନିଜ ଭିତରେ ଆଲୋଚନା କରିବାରେ ବ୍ୟସ୍ତ ଥିଲେ। ଏହି ସମୟରେ ବିଧାନସଭାରେ ଦୁର୍ଗନ୍ଧ ହୋଇଥିଲା। ଏହି ଦୁର୍ଗନ୍ଧ ଜଣେ ବ୍ୟକ୍ତି ବାୟୁ ଛାଡ଼ିଥିବା ହେତୁ ହୋଇଥିବା ଅଭିଯୋଗ ହୋଇଥିଲା। ହାତରେ ନାକକୁ ଚାପି ବିଧାନସଭାରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ଜଣେ ଅନ୍ୟଜଣଙ୍କୁ ଦୋଷ ଦେବାରେ ଲାଗିଥିଲେ। କିନ୍ତୁ କେହି ବି ନିଜ ଦୋଷ ମାନିବାକୁ ରାଜି ନଥିଲେ।

publive-image

ବିଧାନସଭାରେ ଉପସ୍ଥିତ ଥିବା ଜୁଲିୟମ ଗାୟା ନାମକ ଜଣେ ବ୍ୟକ୍ତି ବାଚସ୍ପତିଙ୍କୁ କହିଥିଲେ କି, ଆମମାନଙ୍କ ମଧ୍ୟରୁ ଜଣେ କେହି ବାୟୁ ପ୍ରଦୂଷିତ କରି ଦେଇଛି। ଯେଉଁ କାରଣରୁ ପୂରା ବିଧାନସଭା ଦୁର୍ଗନ୍ଧମୟ ହୋଇଯାଇଛି। ଏହି ଦୁର୍ଗନ୍ଧମୟ ପରିବେଶ ପରେ ବାଚସ୍ପତି ଏଡବିନ୍‌ କାକାଛ ବିଧାନସଭାରେ ଆଲୋଚନାକୁ ୧୦ ମିନିଟ୍‌ ପାଇଁ ସ୍ଥଗିତ ରଖିଥିଲେ। ଏହାପରେ କର୍ମଚାରୀଙ୍କୁ ରୁମ୍‌ଫ୍ରେସ୍‌ନର ପକାଇବାକୁ କହିଥିଲେ। କିଛି ସମୟ ପରେ ପୁଣି ଆଲୋଚନା ଜାରି ରହିଥିଲା।