ଫତେହପୁର: ଚର୍ଚ୍ଚାରେ ଥିବା ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ରାଜ୍ କୁଶୱାହାଙ୍କ ଉପରେ ଏବେ ଦୁଃଖର ପହାଡ଼ ଭାଙ୍ଗିପଡ଼ିଛି। ରାଜ୍ ଜେଲ୍‌ରେ ଥିବା ବେଳେ ପରିବାରରେ ତା’ର ସବୁଠାରୁ ପ୍ରିୟ ମଣିଷଙ୍କ ଦେହାନ୍ତ ହୋଇଛି। ଜଣାଯାଇଛି ଯେ, ରାଜ୍‌ର ଜେଜେମା'ଙ୍କ ଦେହାନ୍ତ ହୋଇଛି। ରାଜା ରଘୁବଂଶୀ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ରାଜ କୁଶୱାହାର ଜେଜେମା'ଙ୍କ ଦେହାନ୍ତ ଗତକାଲି ରାତିରେ ହୋଇଥିବା ସାମତ୍ନାକୁ ଆସିଛି। ୭୫ ବର୍ଷୀୟ ରାମଲଲି, ରାଜଙ୍କ ଜେଜେମା' ଥିଲେ। ରାଜ କୁଶୱାହା, ସୋନମ ରଘୁବଂଶୀଙ୍କ ସହିତ ମିଶି ରାଜା ରଘୁବଂଶୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି, ଯେଉଁଥିରେ ମେଘାଳୟ ଏବଂ ମଧ୍ୟପ୍ରଦେଶ ପୁଲିସ ହତ୍ୟା ମାମଲାର ପର୍ଦ୍ଦାଫାସ କରିବା ପାଇଁ ତଦନ୍ତ ଏବଂ ପଚରାଉଚରା କରୁଛି।

Advertisment

ଯେତେବେଳେ ରାଜଙ୍କୁ ପୁଲିସ ଗିରଫ କରିଥିଲା, ସେତେବେଳେ ରାଜଙ୍କ ଜେଜେମା' କହିଥିଲେ ଯେ, ତାଙ୍କ ନାତି ନିର୍ଦ୍ଦୋଷ। ରାଜଙ୍କ ନାମ ସାମ୍ନାକୁ ଆସିବା ପରେ, ଜେଜେମା' ସୋନମଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ରାଜଙ୍କୁ ଗିରଫ କରାଯିବା ପରଠାରୁ ସେ ଅସୁସ୍ଥ ଥିଲେ, ଏବଂ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା।

ଉଲ୍ଲେଖଯୋଗ୍ୟ, ସୋନମ-ରାଜା ବିବାହ କରିବା ପରେ ହନିମୁନ୍ ପାଇଁ ମେଘାଳୟ ଯାଇଥିଲେ। ସେଠାରେ ରାଜ୍ ଓ ସୁପାରୀ କିଲରଙ୍କ ସାହାଯ୍ୟରେ ସୋନମ ନିଜ ସ୍ବାମୀ ରାଜାଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ।