ଝିଅକୁ ଅସଦାଚରଣରୁ ବଞ୍ଚାଇବାକୁ ଯାଇଥିବା ବାପାଙ୍କୁ ଜିଅନ୍ତା ଜାଳିଲେ ଦୁର୍ବୃତ୍ତ

ଭୋପାଳ: ମଧ୍ୟପ୍ରଦେଶର ଦମୋହ ଜିଲ୍ଲାରେ ଝିଅକୁ ଅସଦାରଣରୁ ବଞ୍ଚାଇବାକୁ ଯାଇଥିବା ପିତାଙ୍କୁ ଅଭିଯୁକ୍ତ ଜିଅନ୍ତା ଜଳାଇ ଦେଇଥିବା ଘଟଣା ସମସ୍ତ ଅଞ୍ଚଳରେ ଶୋକକୁଳ ବାତାବରଣ ସୃଷ୍ଟି କରିଛି। ମୃତକଙ୍କ ନାମ ନର୍ମଦା ସାହୁ ବୟସ ୪୫ବର୍ଷ ବୋଲି ଜଣାପଡ଼ିଛି। ପୁଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ, ହଟା ଥାନା ନିକଟରେ ରହୁଥିବା ନର୍ମଦା ସାହୁଙ୍କ ୧୫ବର୍ଷୀୟ ଝିଅକୁ ତାଙ୍କ ପଡୋଶୀରେ ରହୁଥିବା ସଚିନ ନାମକ ଜଣେ ବାଳକ ଅସଦାଚରଣ କରୁଥିଲା। ବାଳକର ବୟସ ପାଖାପାଖି ୧୮ବର୍ଷ ହେବ। ନର୍ମଦା ଝିଅକୁ ଅସଦାଚରଣ କରିଥିବା ନେଇ ସଚିନ୍‌ଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିଥିଲେ। ଏହାପରେ ଅଭିଯୁକ୍ତ ସଚିନ୍‌ ନର୍ମଦାଙ୍କୁ ଧମକାଇବା ଆରମ୍ଭ କରିଦେଇଥିଲା। ଯେ ପର୍ଯ୍ୟନ୍ତ ନର୍ମଦା ସଚିନ୍‌ଙ୍କ ବିରୋଧରେ ରୁଜୁ କରିଥିବା ମାମଲାକୁ ପୁଲିସ ଷ୍ଟେସନ୍‌ରୁ ପ୍ରତ୍ୟାହର କରି ନେଇ ନାହାନ୍ତି ସେପର୍ଯ୍ୟନ୍ତ ସଚିନ୍‌ ତାଙ୍କୁ ବାଟ ଚଳାଇ ଦେବ ନାହିଁ ବୋଲି ଧମକଚମକ ଦେଇଥିଲା।

ନର୍ମଦାଙ୍କ ପରିବାରବର୍ଗଙ୍କ କହିବାନୁସାରେ, ସଚିନଙ୍କ ସହିତ ତା’ର ଅନ୍ୟ ଦୁଇସାଥୀ ରାଜକୁମାର ଓ ରାମକୁମାର ଲଗାତାର ନର୍ମଦାଙ୍କୁ ଧମକ ଦେଇ ଚାଲିଥିଲେ। ଏ ଘଟଣା ସମ୍ପର୍କରେ ସେ ପୁଲିସକୁ ବି ଜଣାଇଥିଲେ। ଏହି ତିନିଜଣ ଅଭିଯୁକ୍ତ ନର୍ମଦାଙ୍କ ପରିବାରବର୍ଗଙ୍କୁ ଜିଅନ୍ତା ଜଳାଇ ଦେବାର ଧମକ ବି ଦେଇଥିଲେ। ତେବେ ରବିବାର ଦିନ ନର୍ମଦାଙ୍କ ଉପରେ ସଚିନ,ରାଜକୁମାର ଓ ରାମକୁମାର କିରୋସିନ୍‌ ଢ଼ାଲି ନିଆଁ ଲାଗାଇ ଜିଅନ୍ତା ଜଳାଇ ଦେଇଥିଲେ।

ପୁଲିସ ଅଧୀକ୍ଷକ ବିବେକ ଅଗ୍ରଓ୍ଵାଲ ସୋମବାର କହିଛନ୍ତି, ଏହି ଘଟଣା ପରେ ନର୍ମଦାଙ୍କ ଶରୀରବସ୍ଥା ଗମ୍ଭୀର ଥିଲା। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନବସ୍ଥାରେ ନିର୍ମଦାଙ୍କ ମୃତ୍ୟୁ ହୋଇଥିଲା। ନର୍ମଦାଙ୍କ ଝିଅକୁ ଅସଦାଚଣ ଘଟଣା ସମ୍ପର୍କରେ ପଚାରିବାକୁ ସେ କିଛି କହି ପାରିବେ ନାହିଁ ବୋଲି ମନା କରିଦେଇଛନ୍ତି।

ଅଗ୍ରଓ୍ଵାଲଙ୍କ ମୁତାବିକ, ପୁଲିସ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କୁ ପଚରାଉଚରା ଜାରି ରଖାଯାଇଛି। କେଉଁ କାରଣରୁ ଏହି ଘଟଣା ଘଟିଥିଲା ତାହା ଏଯାବତ୍‌ ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧିତ ଖବର