ନାବାଳକ ପୁଅକୁ ଥାନାରୁ ମୁକୁଳାଇବାକୁ ଆସିଥିବା ବାପାର ପୁଲିସ୍‌ ମାଡରେ ମୃତ୍ୟୁ !

ଜୟପୁର: ରାଜସ୍ଥାନର ଜୟପୁରରେ ଥିବା କରଣୀ ବିହାର ଥାନାରେ ଜଣେ ବ୍ୟକ୍ତିକୁ ପୁଲିସ ପିଟିପିଟି ହତ୍ୟା କରିଥିବାର ଚାଞ୍ଚଲ୍ୟକର ଖବର ମିଳିଛି। ଗଜସିଂହପୁରା କଲୋନିରେ ରହୁଥିବା ୩୫ ବର୍ଷୀୟ ଏହି ମୃତ ବ୍ୟକ୍ତିଙ୍କ ନାମ ହେଲା ବୈଦ୍ୟନାଥ ଜାଟ।
ମୃତ ବୈଦ୍ୟନାଥଙ୍କ ବଡ଼ଭାଇ ରଘୁନାଥ ଜାଟଙ୍କ ଅଭିଯୋଗ ଅନୁଯାୟୀ ବୈଦ୍ୟନାଥଙ୍କ ନାବାଳକ ପୁଅ ବିନା ହେଲମେଟରେ ମୋଟର ସାଇକେଲ ଚଳାଉଥିବାର ଦେଖି ପୁଲିସ ବାଇକ୍‌କୁ ଜବତ କରିଥିଲା ଓ ପୁଅକୁ ଥାନାକୁ ଆଣିଥିଲା। ଏହି ଖବର ପାଇବା ମାତ୍ରେ ବାପା ବୈଦ୍ୟନାଥ ପୁଅକୁ ଥାନାରୁ ମୁକୁଳାଇ ଆଣିବା ଲାଗି କରଣୀବିହାର ଥାନାରେ ପହଞ୍ଚିଥିଲେ। ସେଠାରେ ବୈଦ୍ୟନାଥ ଗୁହାରି କରିବା ସମ୍ରରେ ସବ୍‌ଇନ୍‌ସ୍ପେକ୍ଟର ମହାବୀର ସିଂହ ଓ ଅନ୍ୟ ପୁଲିସ କର୍ମଚାରୀଙ୍କ ସହ ତାଙ୍କର ଝଗଡ଼ା ହୋଇତିଲା।
ଏହାପରେ ଉତକ୍ଷିପ୍ତ ହୋଇ ପୁଲିସ କର୍ମଚାରୀମାନେ ବୈଦ୍ୟନାଥଙ୍କୁ ଏକ ରୁମ୍‌ରେ ବନ୍ଦ କରି ପ୍ରବଳ ମାଡ଼ ଦେଇଥିିଲେ। ଏହାପରେ ବୈଦ୍ୟନାଥ ବେହୋଶ୍‌ ହୋଇଯାଇଥିଲେ। ତା’ପରେ ପୁଲିସ ନିକଟସ୍ଥ ଏକ ଘରୋଇ ହସ୍ପିଟାଲକୁ ତା’ର ଚିକିତ୍ସାଲାଗି ଦେଇଥିିଲା। ସେଠାରେ ଡାକ୍ତର ବୈଦ୍ୟନାଥଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ମୃତକଙ୍କ ପରିବାର ସଂପର୍କୀୟ ତଥା ପଡୋଶୀମାନେ କରଣୀବିହାର ଥାନା ଘେରାଉ କରିଥିଲେ।


ସେମାନଙ୍କର ଅଭିଯୋଗ ଯେ ପୁଲିସ କର୍ମଚାରୀମାନେ ହିଁ ଥାନା ଭିତରେ ବୈଦ୍ୟନାଥଙ୍କୁ ପିଟି ପିଟି ହତ୍ୟା କରିଛନ୍ତି। ବୈଦ୍ୟନାଥଙ୍କ ପରିବାର ପକ୍ଷରୁ ପୁଲିସ ଏକ ମାମଲା ରୁଜ୍ଜୁ କରିଛି। ତେବେ ପୁଲିସ ସଫେଇ ଦେଇ କହିଛି ଯେ ବୈଦ୍ୟନାଥଙ୍କ ମୃତ୍ୟୁ ଥାନା ବାହାରେ ହୋଇଛି।

ସମ୍ବନ୍ଧିତ ଖବର