ବାପା! ତୁମେ କ’ଣ କରୁଛ? ଦୁଷ୍କର୍ମ ଉଦ୍ୟମ କରୁଥିବା ବାପାକୁ ପଚାରିଲା ଝିଅ,ପୁଲିସ ଡାକି ବଞ୍ଚାଇଲା ମା’

ଖଣ୍ଡାଓ୍ଵା : ସାରା ଦେଶରେ ଏବେ ଦୁଷ୍କର୍ମର ସଂଖ୍ୟା ବଢ଼ି ଚାଲିଥିବା ବେଳେ ଏବେ ମହିଳାମାନେ ନିଜ ଘରେ ମଧ୍ୟ ସୁରକ୍ଷିତ ନୁହନ୍ତି । ଏହି କିଛି ଦିନ ମଧ୍ୟରେ ନିଜ ଘରେ ଭାଇ ଏବଂ ସାବତ ବାପା ଦ୍ୱାରା ଦୁଷ୍କର୍ମର ଶିକାର ହେବାରେ ଲାଗିଛନ୍ତି ଘରର ନାବାଳିକା । ଆଗରୁ ଏଭଳି ଅନେକ ଖବର ଆସିଥିବା ବେଳେ ଏବେ ପୁଣି ମଧ୍ୟପ୍ରଦେଶର ଖଣ୍ଡାଓ୍ଵାରେ ସେଭଳି ଏକ ଘଟଣା ଦେଖିବାକୁ ମିଳିଛିି । ଜଣେ ବାପା ମଦ ନିଶାରେ ନିଜ ୯ବର୍ଷର ଝିଅ ସହ ଦୁଷ୍କର୍ମର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଠିକ୍‌ ସମୟରେ ପୀଡ଼ିତାଙ୍କ ମା’ ପୁଲିସକୁ ଖବର ଦେବାରୁ ପୀଡ଼ିତା ଜଣଙ୍କ ଦୁଷ୍କର୍ମରୁ ବର୍ତ୍ତି ଯାଇଥିବା ଜଣାପଡ଼ିଛି ।

News18.com

ସୂଚନା ମୁତାବକ, ରାତିରେ ଉଭୟ ଭାଇ-ଭଉଣୀ ଘରେ ଶୋଇଥିବା ବେଳେ ଅଭିଯୁକ୍ତ ବାପା ମଦ ପିଇ ଘରକୁ ଫେରିଥିଲା। ଏ ସମୟରେ ଦୁଇ ଜଣଙ୍କୁ ଶୋଇଥିବା ଦେଖି ସେ ନାବାଳିକାଙ୍କୁ ଶୋଇଥିବା ସ୍ଥାନରୁ ଉଠାଇ ନେଇ ନିଜ ଶୋଇବା ଘରକୁ ନେଇ ଯାଇଥିଲେ । ନିଶାଗ୍ରସ୍ତ ଅବସ୍ଥାରେ ଅଭିଯୁକ୍ତ ବାପ ଦୁଷ୍କର୍ମର ପ୍ରୟାସ କରୁଥିବା ବେଳେ ନାବାଳିକା ଜଣଙ୍କ କିଛି ନ ବୁଝିପାରି ‘ବାପା ଏ ତୁମେ କ’ଣ କରୁଛ’ ବୋଲି ପ୍ରଶ୍ନ କରିଥିଲା । ଝିଅର ପାଟି ଶୁଣି ରୋଷେଇ ଘରେ ଥିବା ମା’ ଆସି ଅଭିଯୁକ୍ତ ବାପର କାର୍‌ନାମା ଦେଖିଥିଲେ । ଏହା ପରେ କୌଣସି ବାଟ ନ ପାଇ ପୀଡ଼ିତାଙ୍କ ମା’ ପୁଲିସକୁ ଖବର ଦେବା ପରେ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା ପୁଲିସ ।

ସମ୍ବନ୍ଧିତ ଖବର