ଭୁବନେଶ୍ୱର : ଦୁଇ ବର୍ଷ ତଳେ ମା ଛାଡ଼ି ଚାଲିଗଲେ ଆରପାରିକୁ। ବାପା ହିଁ ସବୁକିଛି ମାନି ଚଳିଲେ ଚାରି ଭାଇ। କିନ୍ତୁ ହଠାତ୍ ବାପା ନିଜ ବୟସଠାରୁ ଢେର କମ ବୟସର ଜଣେ ଝିଅକୁ ବିବାହ କରି ନେଇ ଆସିଲେ ଘରକୁ। ଆଉ ଘରକୁ ଆସୁ ଆସୁ ପୁଅମାନଙ୍କୁ ହତାଦର କରିବା ଆରମ୍ଭ କରିଦେଲା ସାବତ ମା’। ଏମିତିକି ଛୁଆମାନେ ତାଙ୍କୁ ଖାଇବାକୁ ମାଗିଲେ ସେ ଗାଳିଗୁଲଜ କରୁଥିଲେ। ଆଜି ମଧ୍ୟ ବଡ଼ ପୁଅ କାମରୁ ଫେରି ଖାଇବାକୁ ମାଗିବାରୁ ସାବତ ମା’ ତାଙ୍କୁ ଖାଇବାକୁ ନ ଦେଇ ଗାଳିଗୁଲଜ କରିଥିଲା। ଏହାକୁ ବଡ଼ପୁଅ ବିରୋଧ କରିବା ସହ ବାପା ଘରକୁ ଆସିବାପରେ ଜଣାଇଥିଲେ। କିନ୍ତୁ ବାପା ତାଙ୍କ କଥା ବୁଝିବା ପରିବର୍ତ୍ତେ ଓଲଟି ବଡ଼ପୁଅ ନାଁରେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ଏଭଳି ଘଟଣା ଘଟିଛି ନୀଳକଣ୍ଠନଗର ମୁଣ୍ଡାସାହି ବସ୍ତିରେ। ଅଭିଯୋଗ ପାଇବା ପରେ ପୁଲିସ ପୁଅକୁ ଥାନାକୁ ଆଣି ପଚରାଉଚରା କରିଥିଲା। ତେବେ ପୁଅଠାରୁ ସବୁ କଥା ଶୁଣିବା ପରେ ପୁଲିସ ବାପାକୁ ଥାନାକୁ ଡାକି ପଚରାଉଚରା କରିବାରୁ ବାପା ପୁଲିସ ଆଗରେ ସବୁ ସତ କଥା ମାନି ଯାଇଥିଲେ।
ଖାଇବାକୁ ଦେଲାନି ସାବତ ମା’; ପୁଅ ନାଁରେ ବାପାଙ୍କ ଏତଲା
/sambad/media/post_attachments/wp-content/uploads/2018/02/nayapalli.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)