ସଂପତ୍ତି ବିବାଦକୁ ନେଇ ପୁଅକୁ ମାରିବାକୁ ୩ ଲକ୍ଷ ଟଙ୍କାର ସୁପାରୀ ଦେଲା ବାପା

ବେଙ୍ଗାଲୁର: ବେଙ୍ଗାଲୁରରେ ଦେଖିବାକୁ ମିଳିଛି ଏକ ଘୃଣ୍ୟ ଘଟଣା। ଜଣେ ବାପା ସମ୍ପତ୍ତି ବିବାଦ କାରଣରୁ ନିଜର ଇଞ୍ଜିନିୟର ପୁଅକୁ ହତ୍ୟା କରିବାକୁ ୩ ଲକ୍ଷ ଟଙ୍କା ସୁପାରୀ ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ହୋଇଛି ଯେ ନିଜର ପୈତୃକ ସଂପତ୍ତିରୁ ଭାଗ ପାଇବା ପାଇଁ ପୁଅ ବାପା ମାଆଙ୍କୁ ନିର୍ଯାତନା ଦେଉଥିବା କାରଣରୁ ବାପା ଏପରି ଚରମ ପଦକ୍ଷେପ ନେବାକୁ ଚିନ୍ତା କରିିଥିଲେ।

ପୂର୍ବରୁ ଜାନୁଆରି ୧୨ ତାରିଖରେ ନିଜ ପୁଅ ଦୁଇ ଦିନ ତଳୁ କେଉଁଆଡ଼େ ନିଖୋଜ ଥିବା ନେଇ ବାପା ଭିକେ କେଶବା(୫୦) ପୁଲିସ୍‌ ଷ୍ଟେସନ୍‌ରେ ଅଭିଯୋଗ ଆଣିଥିଲେ। ବେଙ୍ଗାଲୁରର ମାଲେଶ୍ବରମର ବାସିନ୍ଦା କେଶବା ନିଜ ପୁଅକୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ ବୋଲି ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବା ପରେ ତାଙ୍କୁ ଗିରଫ କରିଛି।

କେଶବା ପୁଲିସ୍‌ରେ ଅଭିଯୋଗ ଆଣି କହିଥିଲେ କି ୧୦ ତାରିଖରୁ ତାଙ୍କ ବଡ଼ ପୁଅ ଘରକୁ ଫେରିନାହାନ୍ତି। ସେ ଅଭିଯୋଗରେ ଆହୁରି ବି ଉଲ୍ଲେଖ କରିଥିଲେ ଯେ ତାଙ୍କ ବଡ଼ ପୁଅ ନିଜର ମୋବାଇଲ୍‌କୁ ତାଙ୍କ ସାନ ପୁଅକୁ ଦେଇ କରି କେଉଁଆଡ଼େ ଚାଲି ଯାଇଛନ୍ତି।

ମୃତକ କୌଶଲଙ୍କ ହତ୍ୟା ତଦନ୍ତ କରୁ କରୁ ପୁଲିସ୍‌ ହାତରେ ଲାଗିଥିଲା ଏକ ସିସିଟିଭ୍‌ ଫୁଟେଜ୍‌। ଫୁୁଟେଜ୍‌ରେ କୌଶଲ ଏକ ଧଳା କାର୍‌ରେ ଏଲେମାଲା ହ୍ରାଦ ଆଡ଼େ ଯାଉଥିବାର ଦେଖିବାକୁ ମିଳିଥିଲା। ପୁଲିସ୍‌ ଏହି ଫୁଟେଜ୍‌ ଜରିଆରେ ହତ୍ୟାକାରୀ ନିକଟରେ ପହଞ୍ଚି ପାରିଥିଲା। ତାପରେ ହତ୍ୟାକାରୀ ପୁଲିସ୍‌ ଆଗରେ ସ୍ବୀକାର କରିଥିଲା କି କୌଶଲଙ୍କ ବାପାଙ୍କଠାରୁ ୩ ଲକ୍ଷ ଟଙ୍କା ନେଇ ସେ ଏହି ହତ୍ୟା କରିଛି ବୋଲି।

ସମ୍ବନ୍ଧିତ ଖବର