ନବବଧୂକୁ ଯୌନ ନିର୍ଯାତନା ଅଭିଯୋଗ

ଶ୍ୱଶୁର ଓ ଦିଅର ଗିରଫ

ଭୁବନେଶ୍ୱର: ଶ୍ୱଶୁର ଓ ଦିଅର ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଜଣେ ନବବଧୂ। ଏଭଳି ଅଭିଯୋଗକୁ ଗୁରୁତ୍ୱର ସହ ନେଇ ମଞ୍ଚେଶ୍ୱର ଥାନା ପୁଲିସ ଶ୍ୱଶୁର ଓ ଦିଅରକୁ ଗିରଫ କରିଛି। ସେମାନେ ହେଲେ ପଳାସୁଣୀ ଅଞ୍ଚଳର ନବଘନ ସେଠୀ(୬୫) ଓ ମନୋଜ ସେଠୀ(୨୫)। ପୁଲିସ ନିକଟରେ ହୋଇଥିବା ଅଭିଯୋଗ ମୁତାବକ, ପ୍ରାୟ ବର୍ଷେ ତଳେ କାଜଲ(ଛଦ୍ମନାମ) ପଳାସୁଣୀ ଅଞ୍ଚଳର ନବଘନ ସେଠୀଙ୍କ ବଡ଼ ପୁଅ ସନ୍ତୋଷ ସେଠୀଙ୍କୁ ବିବାହ କରିଥିଲେ। ତେବେ ବିବାହ ପରଠାରୁ କାଜଲଙ୍କ ଉପରେ ଶ୍ୱଶୁର ନବଘନ ଓ ଦିଅର ମନୋଜ ତାଙ୍କୁ ଖରାପ ନଜରରେ ଦେଖିବା ସହ ଶାରୀରିକ ସମ୍ପର୍କ ରଖିବାକୁ ପ୍ରୟାସ କରୁଥିଲେ। ଗତ ୧୫ ତାରିଖ ରାତିରେ ସନ୍ତୋଷ ଘରେ ନଥିବା ସମୟରେ ନବଘନ କାଜଲଙ୍କ ସହ ଅସଦାଚରଣ କରିବାପାଇଁ ଉଦ୍ୟମ କରିଥିଲେ। କାଜଲ ସାହସ ଜୁଟାଇ ପ୍ରତିବାଦ କରି ନବଘନଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ। ଯାହାକୁ ନେଇ ପରିବାରରେ ତୁମୁଳକାଣ୍ଡ ଘଟିଥିଲା। ନବଘନ ଓ ମନୋଜ କାଜଲଙ୍କୁ ମାଡ଼ ମାରିିଥିଲେ। ଆଉ କାଜଲ ଜୀବନ ବିକଳରେ ସେଠାରୁ ଧାଇଁ ସିଧା ମଞ୍ଚେଶ୍ୱର ଥାନାରେ ପହଞ୍ଚିଥିଲେ। କାଜଲ ଆହତ ଥିବାରୁ ତାଙ୍କୁ ପୁଲିସ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ପରେ ପୁଲିସ ଏକ ମାମଲା ରୁଜୁ କରି ନବଘନ ଓ ମନୋଜକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର