ରାସ୍ତାରେ ବୋହୂ ଅଳିଆ ଫିଙ୍ଗିବାରୁ ଶଶୁରଙ୍କୁ ମାଡ଼,ଶଶୁର ମୃତ 

ଶାହଜାହନପୁର: ଉତ୍ତରପ୍ରଦେଶର ଶାହଜାହାନପୁର ଜିଲ୍ଲାରେ ଜଣେ ୬୦ ବର୍ଷୀୟ ବୃଦ୍ଧାଙ୍କୁ ଲୋକେ ପିଟି ପିଟି ମାରି ଦେଇଥିବା ଜଣାଯାଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗାଆଁରେ ଉକ୍ତ ବୃଦ୍ଧଙ୍କର ବୋହୂ ରାସ୍ତାରେ ଅଳିଆ ଫିଙ୍ଗିଥିଲା। ସେହି ରାସ୍ତା ଦେଇ ତିନି ଜଣ ଲୋକ ଯାଉଥିଲେ। ଅଳିଆ ଫିଙ୍ଗିବା ପରେ ସେହି ତିନିଜଣ ଲୋକ ରାଗିଯାଇ ବୃଦ୍ଧଙ୍କୁ ପିଟିଥିଲେ। ସେହି ମାଡ଼ରେ ଘଟଣାସ୍ଥଳରେ ହିଁ ବୃଦ୍ଧ ଶଶୁରଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି।

ଏହି ଘଟଣାପରେ ପୁଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ବିରୁଦ୍ଧରେ ଆଇପିସିର ଧାରା ୩୦୪,୩୨୩ ଓ ଏସ୍‌ସିଏସ୍‌ଟି ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଏଣେ ପୁଲିସ ଅଧିକାରୀ କହିଛନ୍ତି ଯେ,ବୃଦ୍ଧଙ୍କର ମାଡ଼ ଯୋଗୁଁ ନୁହେଁ,ବରଂ ହୃଦଘାତରେ ମୃତ୍ୟୁ ଘଟିଛି । ଉକ୍ତ ବୃଦ୍ଧଙ୍କର ନାମ ସୀତାରାମ। ତାଙ୍କର ବୋହୂଙ୍କ ନାମ ହେଲା ଝୁମୁକା ଦେବୀ।

ଏହି ମାମଲାର ତିନି ଅଭିଯୁକ୍ତ ହେଲେ ଅଙ୍କିତ ଯାଦବ,ବୀରବଲ ଯାଦବ ଓ ବିଶ୍ୱନାଥ ଯାଦବ। ଏମାନେ ସୀତାରାମ ଓ ତାଙ୍କ ସଂପର୍କୀୟମାନଙ୍କୁ ପିଟିଥିଲେ, ମାତ୍ର ସଂପର୍କୀୟମାନେ ସେଠାରୁ ଖସି ପଳାଇଥିଲେ। ଏମାନେ ବାଡ଼ିରେ ସୀତାରାମଙ୍କୁ ପିଟିଥିବାର ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର