ଲକ୍ଷ୍ମୌ: ଭାରତୀୟ ସମାଜରେ ଶଶୁର ଓ ବୋହୂର ସମ୍ପର୍କ ବାପ-ଝିଅ ଭଳି ହୋଇଥାଏ। କିନ୍ତୁ ଉତ୍ତରପ୍ରଦେଶର ଜଣେ କଳି ଯୁଗର ଶଶୁର ଏହି ସମ୍ପର୍କକୁ କଳଙ୍କିତ କରି ଦେଇଛନ୍ତି। ଘରେ କେହି ନଥିବା ସମୟରେ ସେ ବୋହୂ ଉପରେ ଖରାପ ନଜର ପକାଇ ଅସଦାଚରଣ କରି ଆସୁଥିବା ଅଭିଯୋଗ ହୋଇଛି।

Advertisment

ପୀଡ଼ିତା ଯେତେବେଳେ ଶଶୁରଙ୍କ ଏଭଳି ସ୍ୱଭାବ ବିଷୟରେ ସ୍ୱାମୀ ଓ ଶାଶୁଘର ଲୋକଙ୍କୁ ଜଣାଇଥିଲେ, ସେମାନେ ଓଲଟି ବୋହୂର ଦୋଷ ଦେଇ ଗାଳିଗୁଲଜ କରିବା ଆରମ୍ଭ କରି ଦେଇଥିଲେ। ଯେତେବେଳେ ବି ପୀଡ଼ିତା ବୋହୂ ଘରେ ଏକା ରୁହନ୍ତି ତାଙ୍କ ଶଶୁର ଏହାର ସୁଯୋଗ ନେଇ ଅସଦାଚଣ କରିବା ଆରମ୍ଭ କରି ଦିଅନ୍ତି। ଯଦି କେହି ଆସିବା ଜାଣନ୍ତି ତୁରନ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଆନ୍ତି।

publive-image ABP Asmita - ABP News

ନିଜ ଶଶୁରର ଏଭଳି ସ୍ୱଭାବ ଦେଖି ବ୍ୟସ୍ତବିବ୍ରତ ହୋଇ ବୋହୂ ମଜା ଚଖେଇବାକୁ ସ୍ଥିର କରିଥିଲେ। ଦିନେ ସେ ତାଙ୍କ କୋଠରିରେ ମୋବାଇଲ କ୍ୟାମେରା ଅନ୍‌ କରି ରଖି ଦେଇଥିଲେ। ସବୁଥର ପରି ବୋହୂକୁ ଏକା ପାଇ ଜୋରଜବରଦସ୍ତି ଶଶୁର ଅସଦାଚଣ କରିବାକୁ ଲାଗିଥିଲେ। ଏହି ସମୟ ଦୃଶ୍ୟ ଶଶୁରର ଅଜଣାତରେ ସବୁ କ୍ୟାମେରାରେ କୈଦ ହୋଇଯାଇଥିଲା। ଏହାକୁ ପ୍ରମାଣ ଆଧାରରେ କୈଦ କରି ପୀଡିତା ଥାନାରେ ଶଶୁରଘର ବିରୋଧରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରିଥିଲେ ହେଁ ପୀଡ଼ିତାଙ୍କ ଶାଶୁଘର ଲୋକ ସବୁ ଘରଛାଡି ଫେରାର ହୋଇଯାଇଛନ୍ତି।