ବିବାହର ୩ ମାସ ମଧ୍ୟରେ ୨ଥର ଦୁଷ୍କର୍ମର ଶିକାର ହେଲେ ନବବିବାହିତା,ଗୃହ ପ୍ରବେଶ ସମୟରେ ଶ୍ୱଶୁରର ଥିଲା ଖରାପ ନଜର

ଭୋପାଲ : ଭୋପାଲରେ ଜଣେ ୩ ମାସର ନବବିବାହିତା ଦୁଷ୍କର୍ମର ଶିକାର ହୋଇଥିବାର ଅଭିଯୋଗ ହୋଇଛି । ପୀଡ଼ିତାଙ୍କୁ ତାଙ୍କ ଶ୍ୱଶୁର ୨ଥର ଦୁଷ୍କର୍ମ କରିଥିବା ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ୨ଥର ଦୁଷ୍କର୍ମର ଶିକାର ହେବା ପରେ ପୀଡ଼ିତା ନିଜ ବାପ ଘର ଲୋକଙ୍କ ସହାୟତାରେ ଅଭିଯୋଗ କରିିଥିବା ଜଣା ପଡ଼ିଛି । ପୀଡ଼ିତାଙ୍କ ସ୍ୱାମୀଙ୍କ ମାନସିକ ଅବସ୍ଥା ଖରାପ ଥିବାରୁ ଏହାର ଫାଇଦା ଉଠାଇ ଅଭିଯୁକ୍ତ ଶ୍ୱଶୁର ଏପରି କରୁଥିବା ଜଣାପଡ଼ିଛି ।

Defend Europa

ସୂଚନା ମୁତାବକ,ଅପ୍ରେଲ ୨୫,୨୦୧୮ରେ ପୀଡ଼ିତାଙ୍କ ବିବାହ ପ୍ରଫେସର କଲୋନିରେ ରହୁଥିବା ୬୩ବର୍ଷୀୟ ଅବସରପ୍ରାପ୍ତ କ୍ଲର୍କଙ୍କ ପୁଅ ସହ ହୋଇଥିଲା । ପୀଡ଼ିତା ଗୃହ ପ୍ରବେଶ କରିବା ପରଠାରୁ ତାଙ୍କ ଶ୍ୱଶୁର ତାଙ୍କ ସହ ଅସଦାଚରଣ କରିବା ଆରମ୍ଭ କରିଥିଲେ । ମେ୧୨ରେ ଘରେ କେହି ନଥିବାର ସୁଯୋଗ ନେଇ ତାଙ୍କ ଶ୍ୱଶୁର ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଏଭଳି କାମ କରିବା ପାଇଁ ମନା କରିବାରୁ ଅଭିଯୁକ୍ତ ଶ୍ୱଶୁର ଜୀବନରୁ ମାରିବା ସମସ୍ତଙ୍କ ଆଗରେ ବଦ୍‌ନାମ କରିବାର ଧମକ ଦେଇଥିଲେ । ଯାହା ପରେ ପୀଡ଼ିତା କାହାକୁ କିଛି କହି ନଥିଲେ । କିନ୍ତୁ ଅଭିଯୁକ୍ତ ଶ୍ୱଶୁର ପୁଣି ଥରେ ଜୁଲାଇ ୨୫ରେ ତାଙ୍କ ସହ ଦୁଷ୍କର୍ମ କରିବାରୁ ନିଜ ପରିବାର ଲୋକଙ୍କ ସାହାଯ୍ୟରେ ପୁଲିସ ଆଗରେ ଅଭିଯୋଗ କରିଥିଲେ ପୀଡ଼ିତା ।

ସମ୍ବନ୍ଧିତ ଖବର