ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ନର୍ମଦା ହସ୍ପିଟାଲରେ ଡାକ୍ତର ଏକ ଜଟିଳ ଅସ୍ତ୍ରୋପଚାର କରି ଚର୍ଚ୍ଚାର ରହିଛନ୍ତି। ନର୍ମଦା ହସ୍ପିଟାଲରେ ଜଣେ ମହିଳାଙ୍କୁ ଗୁରୁତର ଭାବେ ଭର୍ତ୍ତି କରାଯାଇଥିଲା। ଉକ୍ତ ମହିଳା ଜଣଙ୍କ ଦୁଇଟି ହାତ କଟି ଯାଇଥିଲା। ଏଠାରେ ୬ଜଣିଆ ଡାକ୍ତରୀ ଦଳ ମହିଳାଙ୍କ ୯ଘଣ୍ଟା ଅସ୍ତ୍ରୋପଚାର କରିଥିଲେ। ଏହି ଅସ୍ତ୍ରୋପଚାର ପରେ ମହିଳାଙ୍କ ଶରୀର ଅବସ୍ଥା ଏବେ ସ୍ଥିର ଅଛି।

Advertisment

MP: ससुर ने तलवार से बहू के दोनों हाथ काटे, 9 घंटे में डॉक्टरों ने दोबारा  जोड़ा - Father in Law Sword Cut Hand Wrist Bone Broken 9 hours surgery  blood vessel

ନଭେମ୍ବର ୧୧ ତାରିଖରେ ବିଦିଶା‌ରେ ରହୁଥିବା ଜଣେ ମହିଳା ଗୁରୁତର ଅବସ୍ଥାରେ ନର୍ମଦା ହସ୍ପିଟାଲ ଆସିଥିଲେ। ଉକ୍ତ ମହିଳାଙ୍କ ଉପରେ ତାଙ୍କ ଶ୍ବଶୁର ଆକ୍ରମଣ କରିଥିଲେ। ଶ୍ବଶୁର ଆକ୍ରମଣରେ ମହିଳାଙ୍କ ଦୁଇଟି ହାତ କଟି ଯାଇଥିଲା। କୁହାଯାଉଛି କି ମହିଳାଙ୍କ ହାତ ଏପରି ଭାବେ କଟି ଯାଇଥିଲା କି ଶରୀରରେ ଅଳ୍ପଅଂଶ ଲାଗିଥିଲା। ମହିଳାଙ୍କ ଦୁଇଟି ହାତର ଅସ୍ତ୍ରୋପଚାର କରିବା ସହଜ ନଥିଲା। ଡାକ୍ତରମାନେ ରିକ୍ସ ନେଇ ଏହି ଅସ୍ତ୍ରୋପଚାର କରିଥିଲେ। ‌ଶେଷରେ ଏହି ଅସ୍ତ୍ରୋପଚାର ସଫଳ ହୋଇଥିଲା।