ମଦୁରାଇ : ତାମିଲନାଡୁର ତିରୁନେଲଭେଲିରେ ଜଣେ ବାପା ସାମାନ୍ୟ କାରଣ ପାଇଁ ନିଜ ଝିଅକୁ ହତ୍ୟା କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଘଟଣା ପରେ ପୁଲିସ ଅଭିଯୁକ୍ତ ବାପାକୁ ଗିରଫ କରିବା ସହ ସ୍ୱାମୀର ଅପରାଧକୁ ଲୁଚାଇଥିବାରୁ ସ୍ତ୍ରୀକୁ ମଧ୍ୟ ଗିରଫ କରିଛି ପୁଲିସ । ଏଭଳି ଅପରାଧ କରିବା ସମୟରେ ଅଭିଯୁକ୍ତ ନିଶାଶକ୍ତ ଥିବା ଜଣା ପଡ଼ିଛି ।

Advertisment

publive-image Pakistan Today

ଅଭିଯୁକ୍ତଙ୍କ ପଡ଼ୋଶୀଙ୍କ କହିବା ଅନୁଯାୟୀ, ମୃତ ପୀଡ଼ିତା ବାହାରେ ଖେଳୁଥିବା ବେଳେ ଅଭିଯୁକ୍ତ ତାଙ୍କୁ ଘରକୁ ଡ଼ାକିଥିଲେ । କିନ୍ତୁ ପୀଡ଼ିତା ଘରକୁ ଯାଇ ନଥିଲେ । ଯାହା ପରେ ଅଭିଯୁକ୍ତ ଘରେ ଯାଇ ନିଜ ପତ୍ନୀଙ୍କୁ ମାଡ଼ ମାରିବା ଆରମ୍ଭ କରି ଦେଇଥିଲେ । ଏହା ଦେଖି ପୀଡ଼ିତା ଘରକୁ ଯାଇ ନିଜ ବାପାଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ । ଏହି ସମୟରେ ଅଭିଯୁକ୍ତ ରାଗରେ ପୀଡ଼ିତାଙ୍କୁ ତଳେ କଚାଡ଼ି ଦେଇଥିଲେ । ପରେ ପୀଡ଼ିତା ଅଚେତ ହୋଇଯିବାରୁ ତାଙ୍କୁ ତୁରନ୍ତ ଡ଼ାକ୍ତରଖାନା ନିଆଯାଇଥିଲା । କିନ୍ତୁ ସେଠାରେ ଡ଼ାକ୍ତର ପୀଡ଼ିତାଙ୍କୁ ମୃତ ଘୋଷଣା କରିଥିଲେ । ଏହା ପରେ ଦୁହେଁ କାହାକୁ କିଛି ନ କହି ଅନ୍ତିମ ସଂସ୍କାର କରିବାକୁ ବସିଥିବା ବେଳେ ପୁଲିସକୁ ଏ ନେଇ ସୂଚନା ମିଳି ଯାଇଥିଲା । ଯାହା ପରେ ପୁଲିସ ଶବକୁ ବେବଚ୍ଛେଦ ପାଇଁ ପଠାଇବା ସହ ଦୁହିଁଙ୍କୁ ଗିରଫ କରିଥିଲା ।