ପ୍ରେମରେ ପଡ଼ିବା ମହଙ୍ଗା ପଡ଼ିଲା, ଝିଅକୁ ଛାତ ଉପରୁ ଧକ୍କା ଦେଲେ, ନ ମରିବାରୁ ଗଳା ଚିପି ହତ୍ୟା କଲେ ପିତା

ବୁଲନ୍ଦସହର: ଉତ୍ତରପ୍ରଦେଶର ବୁଲନ୍ଦସହରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଝିଅ ପ୍ରେମରେ ପଡ଼ିଥିବା ହେତୁ ତାର ପିତା ତାକୁ ଗଳା ଚିପି ହତ୍ୟା କରିଥିବାର ଖବର ସାମ୍ନାକୁ ଆସିଛି। ଏହି ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏହି ମାମଲାରେ ଯୁବତୀଙ୍କ ପିତାକୁ ଅଟକ ରଖି ଛାନ୍‌ଭିନ୍‌ ଆରମ୍ଭ କରିଛି ପୁଲିସ। ଯିଏବି ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହେବ ତା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।

ଏଭଳି ଏକ ମାମଲା ବୁଲନ୍ଦସହରର କକୋଡ ଥାନା ଅଞ୍ଚଳସ୍ଥ ଏହି ଗ୍ରାମରେ ଦେଖିବାକୁ ମିଳିଛି। ସ୍ଥାନୀୟଲୋକଙ୍କ କହିବାନୁସାରେ, ମୃତ ଯୁବତୀଙ୍କ ଗ୍ରାମର ଏକ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ଥିଲା। ଯାହାକୁ ନେଇ ତାର ପରିଜନ ଲୋକ ବିରୋଧ କରୁଥିଲେ। ଶନିବାର ଯୁବତୀକୁ ଆକସ୍ମିକ ଭାବେ ଘର ଛାତରୁ ପଡ଼ି ଯିବାର ଦେଖିବାକୁ ମିଳିଥିଲା। ଲହୁଲୁହାଣ ଅବସ୍ଥାରେ ଯୁବତୀର ପିତା ଜିତୁ ନାମକ ଜଣେ ଯୁବକଙ୍କ କାର୍‌ରେ ଚିକିତ୍ସା ପାଇଁ ତାକୁ ଡାକ୍ତରଖାନା ନେଇ ଯାଇଥିଲେ।

କକୋଡର ଥାନାଅଧ୍ୟକ୍ଷ ଆନନ୍ଦବୀର କହିଛନ୍ତି, ଜିତୁ ଏସଏସପି ଓ ଡିଏମ୍‌ଙ୍କୁ ସରକାରୀ ନମ୍ବରରେ ଫୋନ୍‌ କରି କହିଥିଲେ କି ଯୁବତୀକୁ ରାସ୍ତାରେ ତାର ବାପା ଗଳା ଚିପି ହତ୍ୟା କରିଥିଲା। ତେବେ ଯୁବତୀର ଅନ୍ୟ ଜଣେ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ଥିବାରୁ ତାର ପିତା ଏଭଳି ପଦକ୍ଷେପ ନେଇଥିବା କଥା ଶୁଣିବାକୁ ମିଳିଛି। ଯୁବତୀ ମୁଣ୍ଡରେ ଆଘତ ଚିହ୍ନ ରହିଛି। ଘଟଣାସ୍ଥଳରେ ଏକ ହାତୁଡି ବି ପଡ଼ିଥିବାର ଦେଖିବାକୁ ମିଳିଥିଲା। ସନ୍ଦେହ କରାଯାଉଛି ଝିଅକୁ ଛାତକୁ ନେଇ ହାତୁଡିରେ ମାରିବା ପରେ ତାର ବାପା ତାକୁ ଛାତ ତଳକୁ ଧକ୍କା ଦେଇଥିଲା।

ସମ୍ବନ୍ଧିତ ଖବର