ପତ୍ନୀର ଚରିତ୍ରକୁ ସନ୍ଦେହ କରି ପୁଅକୁ ହତ୍ୟା କଲା ବାପା, ଏଭଳି ବିଛାଇଥିଲା ଜାଲ

ଗାନ୍ଧୀନଗର: ଗୁଜୁରାଟର ସୁରଟରୁ ଆସିଛି ଏକ ଛାତିଥରା କାହାଣୀ । ଜଣେ ବାପ ତାର ନାବାଳିକା ପୁଅକୁ ନଦୀକୁ ଠେଲି ଦେଇ ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳ‌ରେ ଚାଞ୍ଚଲ୍ୟ ଖେଳାଇଦେଇଛି ।

ସୂଚନା ମୁତାବକ ଗୁଜୁରାଟର ସୁରଟରେ ଜଣେ ବ୍ୟକ୍ତି ନିଜର ନାବାଳକ ପୁଅକୁ ବାଣ ଦେବା ବାହାନାରେ ଡାକିନେଇ ପୋଲ ଉପରୁ ନଦୀକୁ ଠେଲି ଦେଇଥିଲା। ଏନେଇ ପୁଲିସ ସଂପୃକ୍ତ ବାପକୁ ପଚାରିବାରୁ ସେ କହିଥିଲା ଯେ, ପୁଅ ସେଲ୍ଫି ନେବା ବେଳେ ପୋଲ ତଳକୁ ଖସିପଡି ମୃତ୍ୟୁବରଣ କରିଥିଲା । ହେଲେ ଯାଞ୍ଚ ପରେ ସବୁ ସତ ପଦାକୁ ଆସିବା ପରେ ଏବେ ଅଭିଯୁକ୍ତ ବାପାକୁ ଗିରଫ କରି ଜେଲକୁ ପଠାଇଛି ପୁଲିସ।

ଏହି ଘଟଣା ସୁରଟର ତାନପୁର ଅଞ୍ଚଳରେ ଘଟିଛି । ଅଭିଯୁକ୍ତ ଜାଫିର ସଇଦ ଶେଖ ଅକ୍ଟୋବର ୩୧ ତାରିଖ ଦିନ ନିଜ ପୁଅକୁ ତାପି ନଦୀ ଉପରେ ନିର୍ମାଣ ହେଉଥିବା ମକ୍କାଇ ପୋଲ ନିକଟକୁ ଡାକି ନେଇଥିଲେ । ସେଠାରେ ସେ ନିଜର ନାବାଳକ ପୁଅକୁ ନଦୀ ଭିତରକୁ ଠେଲି ଦେଇଥିଲେ। ଏହାପରେ ନିଜକୁ ନର୍ଦ୍ଦୋଷ ବୋଲି ପ୍ରମାଣ କରିବାକୁ ସେ ପାଟି କରି ମୋ ପୁଅ ବଞ୍ଚାଅ ବୋଲି ଚିତ୍କାର କରି ଲୋକଙ୍କୁ ଡାକିଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକ ସେଠାକୁ ଆସିବା ସହ ପୁଲିସ ଓ ଦମକଳ ବାହିନୀକୁ ସୂଚନା ଦେଇଥିଲେ। ପରେ ପୁଲିସ ଓ ଦମକଳ ବାହିନୀର ସହାୟତାରେ ବହୁ କଷ୍ଟରେ ନାବାଳକର ଶବକୁ ନଦୀ ଭିତରୁ ଉଦ୍ଧାର କରାଯାଇଥିଲା।

www.aajtak.in

ଏନେଇ ଜାକିରଙ୍କୁ ପୁୂଲିସ ପଚରାଉଚରା କରିବା ବେଳେ ଶେଖ ସଇଦ୍ କହିଥିଲା ଯେ, ସେ ତାର ପୁଅକୁ ବାଣ କିଣିବାକୁ ସାଙ୍ଗରେ ନେଇ ଯାଉଥିଲା । ରାସ୍ତାରେ ପୋଲ ପଡିବାରୁ ପୁଅ ସେଠାରେ ସେଲ୍ଫି ନେଉ ନେଇ ନଦୀ ଭିତରକୁ ଖସିପଡିଥିଲା । ଏନେଇ ପୁଲିସ ଶେଖ ସଇଦର ସ୍ତ୍ରୀକୁ ପଚରାଉଚରା କରିବା ପରେ ମହିଳା ଜଣଙ୍କ କହିଥିଲେ ଯେ, ସେ ୫ ବର୍ଷ ହେବ ସ୍ୱାମୀଙ୍କଠାରୁ ଅଲଗା ରହୁଛନ୍ତି । ତାଙ୍କ ସ୍ୱାମୀ ତାଙ୍କର ଚରିତ୍ରକୁ ନେଇ ସନ୍ଦେହ କରିବା ସହ ପୂର୍ବରୁ ଦୁଇତାଲା କୋଠାର ଛାତରୁ ତଳକୁ ଠେଲି ତାଙ୍କ ପୁଅକୁ ମାରିଦେବାକୁ ଉଦ୍ୟମ କରିଥିଲେ ।

ଏହାପରେ ପୁଲିସର ସନ୍ଦେହ ସଇଦ ଶେଖ ଉପରେ ବଢିବାରୁ ପୁଲିସ ପୁଣି ଜେରା କରିବା ବେଳେ ଅଭିଯୁକ୍ତ ବାପା ସବୁ ସତକଥା ମାନିନେଇଥିବା ଜଣାପଡ଼ିଛି। ଶେଖ ନିଜ ପତ୍ନୀର ଚରିତ୍ରକୁ ସନ୍ଦେହ କରି ପୁଅକୁ ହତ୍ୟା କରିଥିବା କହିଛି ପୁଲିସ।

ସମ୍ବନ୍ଧିତ ଖବର