ଲୋମଟାଙ୍କୁରା ! ମା’ ୫ ଟଙ୍କା ମାଗିବାରୁ ୨୦ମାସର ଝିଅକୁ ଅତି ନିର୍ମମ ଭାବେ ହତ୍ୟା କଲା ବାପା

ମୁମ୍ୱାଇ: ମହାରାଷ୍ଟ୍ରର ଗୋଣ୍ଡିଆରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ପିତା ମାତ୍ର ୫ ଟଙ୍କା ପାଇଁ ନିଜର ୨୦ ମାସର ଝିଅକୁ ଅତି ନିର୍ମମ ଭାବେ ହତ୍ୟା କରିଛି।

ସୂଚନାଯୋଗ୍ୟ, ଏହି ହୃଦୟବିଦାରକ ଘଟଣାଟି ଫେବୃଆରି ୨ ତାରିଖରେ ମୁମ୍ୱାଇର ଗୋଣ୍ଡିଆ ଲୋନାରା ଗ୍ରାମରେ ଘଟିଛି । ୨୮ବର୍ଷର ବିବେକ ନାମକ ଯୁବକ କାମରୁ ଫେରି ସଙ୍ଗେସଙ୍ଗେ ଘରେ ଆସି ପହଞ୍ଚିଥିଲା। ଏହି ସମୟରେ ତାର ୨୦ମାସର ଝିଅ ବୈଷ୍ଣବୀ କାନ୍ଦୁ ଥିଲା। ଶିଶୁକୁ ଚୁପ କରିବା ପାଇଁ ମା’ ବର୍ଷା ବିବେକକୁ ୫ଟଙ୍କା ମାଗିଥିଲେ। ଏହି ୫ଟଙ୍କାରେ ସେ ଶିଶୁ ପାଇଁ କ’ଣ ଦିଇଟା କିଣିବାକୁ ଚାହୁଁଥିଲେ।

ଏଥିରେ ବିବେକ ଉତକ୍ଷିପ୍ତ ହୋଇଯାଇଥିଲା। ନିଜର ରାଗ ଉପରେ ନିୟନ୍ତ୍ରଣ ରକ୍ଷା କରି ନପାରି ୨୦ ମାସର ଝିଅକୁ ଉଠାଇ ନେଇ ତାର ମୁଣ୍ଡକୁ ଘର କବାଟରେ ପିଟି ଦେଇଥିଲା । ଏହି ଆଘାତରେ ଝିଅର ମୁଣ୍ଡରୁ ରକ୍ତସ୍ରାବ ହୋଇଥିଲା। ପଡ଼ିଶାଘର ଲୋକଙ୍କ ସହାଯ୍ୟରେ  ବର୍ଷା ଝିଅକୁ ଡାକ୍ତରଖାନା ନେଇଥିଲେ। ଡାକ୍ତର ଝିଅ ବୈଷ୍ଣବୀଙ୍କୁ ସେଠାରେ ମୃତ ବୋଲି ଘୋଷଣା କରିଥିଲେ।

ବର୍ଷା ସ୍ବାମୀଙ୍କ ନାମରେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ ବିବେକ୍‌କୁ ଗିରଫ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର