ଝିଅକୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ବାପାକୁ ଆଜୀବନ କାରାଦଣ୍ଡ
ଭୁବନେଶ୍ବର: ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ଅଦାଲତ ଜଣେ ନରପିଶାଚ ବାପାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହ ୨୦ହଜାର ଟଙ୍କା ଜରିମାନା ମଧ୍ୟ ହୋଇଛି। ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ କାରାଦଣ୍ଡରେ ଦଣ୍ଡିତ ପାଇଁ ଆଦେଶ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ମୁତାବକ, ୨୦୧୬ ମସିହାରେ ଏଭଳି ଏକ ଘଟଣା ଘଟିଥିଲା ରାଜଧାନୀରେ। ଏ ନେଇ ନାବାଳିକାର ମା’ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ଦୁଷ୍କର୍ମ ମାମଲା ରୁଜୁ କରି ନାବାଳିକାର ବାପାକୁ ଗିରଫ କରିଥିଲା। ପରେ ଏହି ମାମଲାର ଶୁଣାଣି ଏଡିଜେ(୪)ରେ ଆରମ୍ଭ ହୋଇଥିଲା। ୧୩ଜଣ ସାକ୍ଷୀ ଓ ପ୍ରମାଣକୁ ଭିତ୍ତି କରି ମାନ୍ୟବର ବିଚାରପତି ସତ୍ୟରଂଜନ ପ୍ରଧାନ ଉପରୋକ୍ତ ରାୟ ଶୁଣାଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମାମଲା ପରିଚାଳନା କରୁଥିଲେ ବରିଷ୍ଠ ଆଇନଜୀବୀ ଚିତ୍ତରଂଜନ ଦାଶ ଓ ସୁବ୍ରତ ପ୍ରିୟଦର୍ଶୀ।