ଗୁରୁଗ୍ରାମ: ଦିଲ୍ଲୀ ସଂଲଗ୍ନ ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଝିଅର ସଫଳତା ଦେଖିନପାରି ହତ୍ୟା କରିଛି ବାପା। ୨୫ବର୍ଷୀୟ ରାଜ୍ୟସ୍ତରୀୟ ଟେନିସ୍ ଖେଳାଳି ରାଧିକା ଯାଦବଙ୍କୁ ତାଙ୍କ ନିଜ ବାପା ଦୀପକ ଯାଦବ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣାକୁ ନେଇ ପୁଲିସ ପଚରାଉଚରା କରିବା ସମୟରେ ଅଭିଯୁକ୍ତ ଦୀପକ ଯେଉଁ କାରଣ ଦର୍ଶାଇଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ପୁଲିସ ଅନୁଯାୟୀ ଦୀପକ କହିଛନ୍ତି ଯେ, କିଛି ମାସ ହେବ ରାଧିକା ଏକ ଟେନିସ୍ ଏକାଡେମୀ ଖୋଲିଥିଲେ। ଏହା ପରେ ଲୋକମାନେ ମୋତେ ତାତ୍ସଲ୍ୟ କରିବା ଆରମ୍ଭ କରିଥିଲେ ଯେ, ମୁଁ ମୋ ଝିଅର ରୋଜଗାର ଖାଉଛି। ବାରମ୍ବାର କହିବା ପରେ ମଧ୍ୟ ରାଧିକା ଏକାଡେମୀ ବନ୍ଦ କରୁ ନଥିଲେ। ଏଥିରେ କ୍ରୋଧିତ ହୋଇ ମୁଁ ତାଙ୍କୁ ଗୁଳି କରିଥିଲି।
ଦୋଷ ସ୍ବୀକାର ପରେ ପୁଲିସ ଅଭିଯୁକ୍ତ ଦୀପକ ଯାଦବଙ୍କୁ ଗିରଫ କରିଛି। ତାଙ୍କର ଲାଇସେନ୍ସପ୍ରାପ୍ତ ରିଭଲଭର ମଧ୍ୟ ଜବତ କରାଯାଇଛି। ରାଧିକା ଯାଦବ ହରିୟାଣାର ଜଣେ ଉଦୀୟମାନ ଟେନିସ୍ ଖେଳାଳି ଥିଲେ। ସେ ରାଜ୍ୟ ସ୍ତରରେ ଅନେକ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ। ୨୩ ମାର୍ଚ୍ଚ ୨୦୦୦ରେ ଜନ୍ମଗ୍ରହଣ କରିଥିବା ରାଧିକା ଅନ୍ତର୍ଜାତୀୟ ଟେନିସ୍ ଫେଡେରେସନ (ଆଇଟିଏଫ)ରେ ଡବଲ୍ସ ଟେନିସ୍ ଖେଳାଳି ଭାବରେ ୧୧୩ ତମ ସ୍ଥାନରେ ଥିଲେ।
ଗୁରୁବାର ସକାଳ ପ୍ରାୟ ୧୦.୩୦ ସମୟରେ ଗୁରୁଗ୍ରାମର ସୁଶାନ୍ତ ଲୋକ ଫେଜ୍-୨ ସ୍ଥିତ ଏକ ଘରେ ଘଟିଥିବା ଏହି ଘଟଣା ସମ୍ପର୍କରେ ରାଧିକାଙ୍କ ଦାଦା କୁଲଦୀପ ଯାଦବ ସେକ୍ଟର ୫୬ ପୁଲିସ ଷ୍ଟେସନରେ ଏକ ଏଫଆଇଆର ଦାଖଲ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/07/11/new-project-6-2025-07-11-09-19-20.jpg)