ମୋହାଲି: ସହଯୋଗୀ ଧୋକା ଦେବାରୁ ଜୀବନ ହାରିଲେ ବ୍ୟବସାୟୀ। ପଞ୍ଜାବର ମୋହାଲିରେ ଥିବା ସେକ୍ଟର-୬୮ରେ ଘଟିଛି ଏହି ଘଟଣା। ଏଚଡିଏଫସି ବ୍ୟାଙ୍କ ଶାଖାକୁ ଆସିଥିବା ଇମିଗ୍ରେସନ୍ କମ୍ପାନିର ମାଲିକ ନିଜ ଲାଇସେନ୍ସପ୍ରାପ୍ତ ପିସ୍ତଲରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ନାମ ରାଜଦୀପ ବୋଲି ଚିହ୍ନଟ କରାଯାଇଥିବା ବେଳେ ସେ ମୂଳତଃ ମୋଗାର ବାସିନ୍ଦା ବୋଲି ଜଣାପଡ଼ିଛି।
କୁହାଯାଉଛି ଯେ, ରାଜଦୀପ ବ୍ୟାଙ୍କର ଶୌଚାଳୟରେ ଆତ୍ମହତ୍ୟା କରିଛନ୍ତି। ପୁଲିସ ବ୍ୟାଙ୍କ ଭିତରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ୍ ନେଇ ତଦନ୍ତ ଆରମ୍ଭ କରିଛି।
ସୂଚନା ମୁତାବକ, ରାଜଦୀପ ଏକ ଇମିଗ୍ରେସନ୍ କମ୍ପାନିର ମାଲିକ ଥିଲେ ଏବଂ ସେକ୍ଟର-୮୦ରେ ଏକ ଭଡା ଘରେ ରହୁଥିଲେ। ସେ ସେକ୍ଟର-୮୨ରେ ତାଙ୍କର ଓଭରଲ୍ୟାଣ୍ଡ ନାମକ ଏକ ଇମିଗ୍ରେସନ୍ କମ୍ପାନି ଥିଲା। ପ୍ରାୟ ୨.୩୦ ସମୟରେ ପୁଲିସକୁ ସୂଚନା ମିଳିଥିଲା ଯେ, ରାଜଦୀପ ନାମକ ଜଣେ ବ୍ୟକ୍ତି ଏଚଡିଏଫସି ବ୍ୟାଙ୍କର ଶୌଚାଳୟରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ରାଜଦୀପଙ୍କ ମୋବାଇଲରୁ ଏକ ଭିଡିଓ ମଧ୍ୟ ମିଳିଛି ଯେଉଁଥିରେ ସେ ପଞ୍ଜାବ ପୁଲିସର ଏଆଇଜି ଗୁରଜୋତ ସିଂହଙ୍କ ଉପରେ ମାନସିକ ନିର୍ଯାତନାର ଆରୋପ ଲଗାଇଛନ୍ତି। ଭିଡିଓରେ ରାଜୀବ କହିଛନ୍ତି ଯେ, ଏଆଇଜି ତାଙ୍କୁ ଏବଂ ତାଙ୍କ ପରିବାରକୁ ଧମକ ଦେଉଛନ୍ତି ଏବଂ ସେମାନଙ୍କୁ ନିରନ୍ତର ହଇରାଣ କରୁଛନ୍ତି। ସେଥିପାଇଁ ସେ ଆତ୍ମହତ୍ୟା କରୁଛନ୍ତି।
/filters:format(webp)/sambad/media/media_files/2025/09/11/b-2025-09-11-11-35-28.jpg)
ପୁଲିସ ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ୍ ମଧ୍ୟ ଜବତ କରିଛି। ନୋଟ୍ରେ ସେ ତାଙ୍କ ବାପା, ସ୍ତ୍ରୀ ଏବଂ ପୁଅଙ୍କୁ କ୍ଷମା ମାଗିଛନ୍ତି। ରାଜଦୀପ ଲେଖିଛନ୍ତି ଯେ, ବାପା ଦୟାକରି ମୋତେ କ୍ଷମା କରିବେ। ଛବି ତୁମେ ମଧ୍ୟ ମୋତେ କ୍ଷମା କରିବ। ମୋ ପାଖରେ ଆଉ କୌଣସି ବିକଳ୍ପ ବାକି ନାହିଁ। ୪ଜଣ ଲୋକ ମୋର ସମସ୍ତ ଟଙ୍କା ଲୁଟି ନେଇଛନ୍ତି ଏବଂ ମୋତେ ଧମକ ଦେଉଛନ୍ତି। ସମୀର, ରିଙ୍କୁ ଏବଂ ସାଇନା ଯେଉଁମାନେ ଏକାଠି କାମ କରିଥିଲେ ସେମାନେ ମୋତେ ଠକିଛନ୍ତି। ରିଙ୍କୁ ଏବଂ ସାଇନା ୪୦ଲକ୍ଷ ଟଙ୍କାର କ୍ଷତି କରିଛନ୍ତି। ସମୀର ଅଗ୍ରୱାଲଙ୍କଠାରୁ ୨.୪୬ କୋଟି ଟଙ୍କା ଆଣିବା ବାକି ଅଛି। ଏଥିରୁ ୩.୫କୋଟି ଟଙ୍କା ଗୁରଦିଆଲ ଦାଦାଙ୍କର। ମୁଁ ଚାରି ମାସ ହେଲା ଟଙ୍କା ମାଗୁଛି କିନ୍ତୁ ସେ ଦେଉନାହାଁନ୍ତି।
ତେବେ ଭିଡିଓରେ ରାଜଦୀପ ସିଧାସଳଖ ଏଆଇଜି ଗୁରଜୋତ ସିଂହଙ୍କୁ ଆତ୍ମହତ୍ୟା ପାଇଁ ଦାୟୀ କରିଥିବାରୁ ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୁଲିସ। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି।
businessman
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/09/11/new-project-2025-09-11-11-18-30.jpg)