ଝିଅର ଅଶ୍ଲୀଳ ଫଟୋ ଭାଇରାଲ କରିଥିବା ଅଭିଯୁକ୍ତକୁ ଉଚିତ୍‌ ଶିକ୍ଷା ଦେବା ପାଇଁ ମୁମ୍ବାଇକୁ ଫିଲ୍ମ ଦେବା ବାହାନାରେ ଡ଼ାକି ଗିରଫ କରାଇଲେ ପୀଡ଼ିତାଙ୍କ ବାପା

ମୁମ୍ବାଇ : ଫେସ୍‌ବୁକ୍‌ ମାଧ୍ୟମରେ ବନ୍ଧୁତା ପରେ ଜଣେ ୨୨ବର୍ଷିୟ ଯୁବତୀଙ୍କ ଫଟୋ ଅଶ୍ଲୀଳ ଭାବେ ସେୟାର ହୋଇଥିବାର ଅଭିଯୋଗ ହୋଇଛି । ଘଟଣା ପରେ ଏପରି କରିଥିବା ଯୁବକକୁ ଗିରଫ କରାଇବା ପାଇଁ ପୀଡ଼ିତାଙ୍କ ବାପା କରିଥିବା ଯୋଜନାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ପୀଡ଼ିତାଙ୍କ ବାପା ଅଭିଯୁକ୍ତକୁ ଉଚିତ୍‌ ଦଣ୍ଡ ଦେବା ପାଇଁ ମୁମ୍ବାଇ ନାମର ଫାଇଦା ଉଠାଇଥିବା ଜଣାପଡ଼ିଛି । ମୁମ୍ବାଇକୁ ସମସ୍ତେ ହିରୋ ହେବାର ସ୍ୱପ୍ନ ନେଇ ଆସୁଥିବା ବେଳେ ଝିଅର ଅଭିଯୁକ୍ତକୁ ଗିରଫ କରାଇବା ପାଇଁ ସେଭଳି କିଛି ଯୋଜନା କରିଥିଲେ ତାଙ୍କ ବାପା ।

Navbharat Times

ସୂଚନା ମୁତାବକ, ଅଭିଯୁକ୍ତ ଜଣଙ୍କ ୬ମାସ ପୂର୍ବରୁ ପୀଡ଼ିତାଙ୍କ ସହ ଫେସ୍‌ବୁକ୍‌ ମାଧ୍ୟମରେ ବନ୍ଧୁତା ସ୍ଥାପନ କରିଥିଲେ । କିଛି ଦିନ କଥା ହେବା ପରେ ଅଭିଯୁକ୍ତ ଜଣଙ୍କ ପୀଡ଼ିତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । କିନ୍ତୁ ପୀଡ଼ିତା ଅଭିଯୁକ୍ତଙ୍କ ବିବାହ ପ୍ରସ୍ତାବକୁ ମନା କରି ଦେଇଥିଲେ । ଏଥିରେ ରାଗି ଯାଇ ଅଭିଯୁକ୍ତ ପୀଡ଼ିତାଙ୍କ ଫଟୋକୁ ଅଶ୍ଲୀଳ କରି ସୋସିଆଲ ମିଡ଼ିଆରେ ଛାଡ଼ି ଦେଇଥିଲେ । ଅଭିଯୁକ୍ତ ଜଣଙ୍କ ଅନ୍ୟ ରାଜ୍ୟର ହୋଇଥିବାରୁ ତାକୁ ମୁମ୍ବାଇ ଆଣିବା ପାଇଁ ପୀଡ଼ିତାଙ୍କ ବାପା ଅଭିଯୁକ୍ତକୁ ଫୋନ କରି ଫିଲ୍ମର ଅଫର ଦେବା ସହ ଯେତେ ଶୀଘ୍ର ସମ୍ଭବ ମୁମ୍ବାଇ ଆସ ବୋଲି କହିଥିଲେ । ଅଭିଯୁକ୍ତ ଫିଲ୍ମ କରିବା ଆଶାରେ ମୁମ୍ବାଇ ଆସିବା ପରେ ପୁଲିସ ତାଙ୍କୁ ଗିରଫ କରି ନେଇଥିଲା ।

ସମ୍ବନ୍ଧିତ ଖବର