ଝିଅକୁ ନିଦ ବଟିକା ଦେଇ ଦୁଷ୍କର୍ମ କରୁଥିଲା ସାବତ ବାପା, ଜାଣିବା ପରେ ସମସ୍ତଙ୍କ ଆଗରେ ଅସଲ ମୁଖା ଖୋଲିଲେ ମା’

ଯମୁନାନଗର : ହରିୟାଣାର ଯମୁନାନଗରରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ଜଣେ ସାବତ ବାପା ନିଜ ସାବତ ଝିଅ ସହ ଦୁଷ୍କର୍ମ କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ପୀଡ଼ିତାଙ୍କ ମା’ ଦ୍ୱିତୀୟ ବିବାହ କରିିବା ପରେ ତାଙ୍କ ସାବତ ବାପା ପୀଡ଼ିତାଙ୍କ ଉପରେ ଖରାପ ନଜର ପକାଇଥିଲେ । ବିବାହ ପରେ ପରେ ପୀଡ଼ିତାଙ୍କୁ ବାରମ୍ବାର ନିଦ ବଟିକା ଦେଇ ଦୁଷ୍କର୍ମ କରୁଥିବା ବେଳେ ଶନିବାର ପୀଡ଼ିତାଙ୍କ ମା’ଙ୍କ ସାମ୍ନାକୁ ସବୁ ସତ ଆସି ଯାଇଥିଲା । ଯାହା ପରେ ସେ ଏବଂ ପୀଡ଼ିତା ଯାଇ ପୁଲିସରେ ଅଭିଯୋଗ କରିଥିବା ବେଳେ ଅଭିଯୁକ୍ତ ଫେରାର ଥିବା ଜଣା ପଡ଼ିଛି ।

Isha Sadhguru

ସୂଚନା ମୁତାବକ, ପ୍ରଥମ ସ୍ୱାମୀଙ୍କ ମୃତ୍ୟୁ ପରେ ୧୨ବର୍ଷୀୟ ପୀଡ଼ିତାଙ୍କ ଦ୍ୱିତୀୟ ବିବାହ କରିଥିଲେ । କିନ୍ତୁ ବିବାହ ପରେ ଅଭିଯୁକ୍ତ କେବେ ହେଲେ ପୀଡ଼ିତାଙ୍କୁ ନିଜ ଝିଅ ଭାବରେ ଦେଖି ପାରି ନଥିଲେ । ପୀଡ଼ିତାଙ୍କ ମା’ ଘର ବାହାରେ ଥିବା ବେଳେ ଅଭିଯୁକ୍ତ ପୀଡ଼ିତାଙ୍କୁ ନିଦ ବଟିକା ଦେଇ ତାଙ୍କ ସହ ଦୁଷ୍କର୍ମ କରୁଥିଲେ । ଶନିବାର ଏଭଳି ଅପରାଧ କରୁଥିବା ସମୟରେ ପୀଡ଼ିତାଙ୍କ ମା’ ଦେଖି ନେଇଥିଲେ । ଯାହା ପରେ ସେ ଅଭିଯୋଗ କରିବାର ଧମକ ଦେବାରୁ ଅଭିଯୁକ୍ତ ହତ୍ୟା ଧମକ ଦେଇ ଚୁପ୍‌ ରହିବାକୁ କହିଥିଲେ । କିନ୍ତୁ ଧମକକୁ ନ ଡ଼ରି ପୀଡ଼ିତା ଏବଂ ତାଙ୍କ ମା’ ଯାଇ ବହରହାଲ ପୁଲିସ ଷ୍ଟେସନରେ ଅଭିଯୋଗ କରିଥିବା ଜଣା ପଡ଼ିଛି । ଅନ୍ୟ ପକ୍ଷରେ, ଅଭିଯୁକ୍ତକୁ ଗିରଫ ହେବା ଡ଼ରରେ ଫେରାର ଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର