ପର୍ଣ୍ଣ ଫିଲ୍ମ ଦେଖାଇ ବର୍ଷ ବର୍ଷ ଧରି ଦୁଷ୍କର୍ମ କରୁଥିଲା ବାପା, ୨ଥର ଗର୍ଭବତୀ ହେବା ପରେ ମାଡ଼ ମାରି କରାଇଥିଲା ଗର୍ଭପାତ, ନିରବଦ୍ରଷ୍ଟା ସାଜିଥିଲା ମା’…

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ପୁଣି ଜଣେ ବାପା ନିଜ ସଂପର୍କର ମର୍ଯ୍ୟାଦା ଭୁଲି ଯାଇ ଝିଅ ସହ ଦୁଷ୍କର୍ମ କରିବା ଘଟଣା ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ । ୨୦୦୮ରୁ ପର୍ଣ୍ଣ ଫିଲ୍ମ ଦେଖାଇ ବାପା ଝିଅ ସହ ଦୁଷ୍କର୍ମ କରି ଆସୁଥିବା ବେଳେ ୨ଥର ଗର୍ଭବତୀ ହୋଇଥିଲା ପୀଡ଼ିତା । ନିଜର ଅସଲ ମୁଖା ସାମ୍ନାକୁ ଆସିବା ପରେ ଝିଅର ଗର୍ଭପାତ କରାଇବାକୁ ମଧ୍ୟ ପଛାଇ ନଥିଲା ବାପା । ଏ ସବୁ ଘଟଣା ନିଜ ଆଖି ଆଗରେ ହେଉଥିବା ଦେଖି ମଧ୍ୟ ଚୁପ୍‌ ରହିଥିଲେ ପୀଡ଼ିତାଙ୍କ ମା’ । କାହାକୁ ଜଣାଇଲେ ଝିଅର ଗୁପ୍ତାଙ୍ଗରେ ଛୁରୀ ଏବଂ ମଦ ବୋତଲ ଭାଙ୍ଗି ଭର୍ତ୍ତି କରିଦେବି ବୋଲି ଧମକ ଦେଇ ସ୍ତ୍ରୀକୁ ଚୁପ୍‌ କରାଇଥିଲା ସ୍ୱାମୀ । ଝିଅ କଥା ଭାବି ସ୍ୱାମୀ ଡ଼ରରେ ଚୁପ୍‌ ରହିଥିଲା ସ୍ତ୍ରୀ ।

ସୂଚନା ମୁତାବକ, ୨୦୦୮ରେ ବାପା ଏଭଳି ଖରାପ କାମ କରିବା ଆରମ୍ଭ କରିଥିବା ବେଳେ ପ୍ରଥମେ ପୀଡ଼ିତା କିଛି ବୁଝି ପାରି ନଥିଲେ । ୨୦୧୧ ଏବଂ ୨୦୧୩ରେ ସେ ଦୁଇ ଥର ଗର୍ଭବତୀ ହେବା ପରେ ଅଭିଯୁକ୍ତ ବାପା ନିଜ ପାପକୁ ଲୁଚାଇବା ପାଇଁ ପୀଡ଼ିତାଙ୍କ ଗର୍ଭପାତ କରାଇଥିଲେ । ଯାହା ପରେ ପୀଡ଼ିତା ନିଜ ସହ ହେଉଥିବା ଅତ୍ୟାଚାର ବିଷୟରେ ଜାଣି ପାରିଥିଲେ । ସବୁ ଜାଣିବା ପରେ ସେ ନିଜ ବାପାଙ୍କୁ ଏପରି କରିବାକୁ ବିରୋଧ କରିଥିଲେ । ଯାହା ପରେ ରାଗରେ ପୀଡ଼ିତାଙ୍କ ବାପା ନିଜ ସାଙ୍ଗମାନଙ୍କୁ ମଧ୍ୟ ଝିଅ ସହ ଦୁଷ୍କର୍ମ କରିବା ପାଇଁ କହି ଦେଇଥିଲେ । ଏତେ ସବୁ ପରେ ଥରେ ପୀଡ଼ିତା ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ ।

Siasat

କିନ୍ତୁ ତାଙ୍କ ମା’ ତାଙ୍କୁ ବଞ୍ଚାଇବା ସହ ଏପରି ନ କରିବା ପାଇଁ କହିଥିଲେ । ପରେ ପୀଡ଼ିତା ଏସବୁରୁ ବାହାରକୁ ବାହାରିବା ପାଇଁ ନିଜ ଫେସ୍‌ବୁକ୍‌ ବନ୍ଧୁକୁ ସବୁ ଜଣାଇଥିଲେ । ଯାହା ପରେ ପୀଡ଼ିତାଙ୍କ ଫେସ୍‌ବୁକ୍‌ ବନ୍ଧୁ ତାଙ୍କୁ ଘରୁ ଲୁଚି ଆସିବା ପାଇଁ କହିଥିଲେ । ଜୁଲାଇ ୨୫ରେ ପୀଡ଼ିତା ଘରୁ ବାହାରି ଆସିବା ସହ ସେପ୍ଟେମ୍ବର ୧୬ରେ ପୁଲିସ ଆଗରେ ଅଭିଯୋଗ କରିଥିଲେ । ପୁଲିସ ଏବେ ଅଭିଯୋଗ ପାଇ ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର