ଝିଅ ସହ ବାରମ୍ବାର ଦୁଷ୍କର୍ମ କରିବା ପରେ ଗିରଫ ହେଲେ ବାପା

ଥାନେ: ନିଜ ୧୪ବର୍ଷର ଝିଅ ସହ ଦୁଷ୍କର୍ମ କରି ଗିରଫ ହୋଇଛନ୍ତି ବାପା । ମହାରାଷ୍ଟ୍ରର ପାଲଘାର୍‌ ଜିଲ୍ଲାରେ ଥିବା ଖଦ୍‌କୋଲି ଗ୍ରାମରେ ଜଣେ ୪୨ ବର୍ଷର ଯୁବକ ତାଙ୍କ ୧୪ ବର୍ଷର ଝିଅ ସହ ୨୦୧୪ରୁ ଦୁଷ୍କର୍ମ କରି ଆସୁଥିଲେ ।

ଧୀରେ ଧୀରେ ଏହି ଅତ୍ୟାଚାର ବଢ଼ିବାରୁ ପୀଡ଼ିତା ଜଣଙ୍କ ମୁହଁ ଖୋଲିବାକୁ ବାଧ୍ୟ ହୋଇଥିଲେ । ଡ଼ିସେମ୍ବର ୭ରେ ଖଦ୍‌କୋଲିରେ ଥିବା ଏକ ଜଙ୍ଗଲରେ ପୀଡ଼ିତାଙ୍କ ବାପା ତାଙ୍କ ସହ ପୁଣି ଥରେ ଦୁଷ୍କର୍ମ କରିବାରୁ ସେ ଏହାକୁ ନ ସହି ପୁଲିସରେ ଏତଲା ଦେଇଥିଲେ । ପୁଲିସକୁ ପୀଡ଼ିତା ଦେଇଥିବା ସୂଚନା ଅନୁଯାୟୀ, “ତାଙ୍କ ମାତା-ପିତା ଅଲଗା ହୋଇ ଯିବା ପରେ ସେ ତାଙ୍କ ବାପାଙ୍କ ସହ ରହି ଆସୁଥିଲେ । ତାଙ୍କ ବାପା ତାଙ୍କୁ ଦା’ ଏବଂ କୁରାଢ଼ୀ ଦେଖାଇ ଡ଼ରାଇ ତାଙ୍କ ସହଦୁଷ୍କର୍ମ କରୁଥିଲେ। ”

ଏ ନେଇ ପୀଡ଼ିତା ପାଲ୍‌ଘାର ପୁଲିସ ଷ୍ଟେସନରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ ବାପାକୁ ଗିରଫ କରିଛି । ଆଇପିସି ଧାରା ୩୭୬(ଦୁଷ୍କର୍ମର୍)ଏବଂ ‘ପିଓସିଏସ୍‌ଓ’(ପ୍ରୋଟେକ୍‌ସନ୍‌ ଅଫ୍‌ ଚାଇଲ୍‌ଡ଼ ଫ୍ରମ୍‌ ସେକ୍ସୁଆଲ ଅଫେନ୍ସ)ଆକ୍ଟ୍‌ ଅନୁଯାୟୀ ଅଭିଯୁକ୍ତ ବାପା ବିରୋଧରେ ମାମଲା ରଜୁ ହୋଇଛି।

ସମ୍ବନ୍ଧିତ ଖବର