ଘରୋଇ କଳହରୁ ସ୍ତ୍ରୀ ସଂପର୍କୀୟଙ୍କ ଘରକୁ ଚାଲି ଯିବାରୁ ଝିଅ ସହ ଦୁଷ୍କର୍ମ କରି ପ୍ରତିଶୋଧ ନେଲା ବାପା

ଗୁରୁଗ୍ରାମ : ହରିୟାଣାର ଗୁରୁଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ସ୍ତ୍ରୀଠାରୁ ପ୍ରତିଶୋଧ ନେବା ପାଇଁ ବାପା ନିଜ ୩ବର୍ଷୀୟ ଶିଶୁକନ୍ୟା ସହ ଦୁଷ୍କର୍ମ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଗୁରୁବାର ଏହି ଘଟଣାକୁ ନେଇ ପୁଲିସ ଅଭିଯୁକ୍ତ ବାପାକୁ ଗୁରୁଗ୍ରାମର ସେକ୍ଟର-୧୦ରୁ ଗିରଫ କରିଥିବା ବେଳେ ଶିଶୁକୁ ସଫଦରଗଞ୍ଜ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଚିକିତ୍ସା ପରେ ଏବେ ଶିଶୁଟିର ଅବସ୍ଥା ଗମ୍ଭୀର ଥିବା କହିଛନ୍ତି ଡ଼ାକ୍ତର ।

ସୂଚନା ମୁତାବକ, ବୁଧବାର ପୀଡ଼ିତାଙ୍କ ମାତା-ପିତାଙ୍କ ମଧ୍ୟରେ ଝଗଡ଼ା ହେବା ପରେ ଅଭିଯୁକ୍ତ ବାପା ପୀଡ଼ିତାଙ୍କ ମା’ଙ୍କୁ ମାଡ଼ ମାରିଥିଲେ । ଏହି ଘଟଣା ପରେ ରାଗରେ ପୀଡ଼ିତାଙ୍କ ମା’ ଘରୁ ନିଜ ସଂପର୍କୀୟଙ୍କ ଘରକୁ ଚାଲି ଯାଇଥିଲେ । ଗୁରୁବାର ଦିନ ଘରକୁ ଫେରିବା ପରେ ସେ ନିଜ ଝିଅକୁ ତଳେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବାର ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ତୁରନ୍ତ ଘରୋଇ ଡ଼ାକ୍ତରଖାନା ନେବା ପରେ ପୀଡ଼ିତାଙ୍କ ଅବସ୍ଥା ଦେଖି ତାଙ୍କୁ ସିଭିଲ ହସ୍ପିଟାଲକୁ ପଠାଇ ଦିଆଯାଇଥିଲା । ତୁରନ୍ତ ଚିକିତ୍ସା କରାଯାଇଥିଲେ ମଧ୍ୟ ପୀଡ଼ିତାଙ୍କ ଅବସ୍ଥା ଗୁରୁତର ହେବାରୁ ପୀଡ଼ିତାଙ୍କୁ ପୁଣି ଦିଲ୍ଲୀର ସଫଦରଗଞ୍ଜ ଡ଼ାକ୍ତରଖାନାକୁ ପଠାଇ ଦିଆଯାଇଥିଲା ।

India Today

ଚିକିତ୍ସା ପରେ ପୀଡ଼ିତା ଦୁଷ୍କର୍ମର ଶିକାର ହୋଇଥିବା ଜାଣି ତାଙ୍କ ମା’ ପୁଲିସରେ ନିଜ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଅଭିଯୁକ୍ତ ବାପାକୁ ଗିରଫ କରାଯିବା ପରେ ସ୍ତ୍ରୀଠାରୁ ପ୍ରତିଶୋଧ ନେବା ପାଇଁ ମୁଁ ମଦ ନିଶାରେ ଏପରି କରିଥିଲି ବୋଲି କହିଥିଲେ ଅଭିଯୁକ୍ତ ।

ସମ୍ବନ୍ଧିତ ଖବର