ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଏକ ଲଜ୍ଜାକର ଘଟଣା ଘଟିଯାଇଛି। ଜଣେ ବ୍ୟକ୍ତି ନିଜ ଜନ୍ମକଲା ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ, ଦୁଷ୍କର୍ମ କରିବା ପରେ ବ୍ୟକ୍ତି ଜଣକ ଏ ସଂପର୍କରେ କାହା ଆଗରେ ନକହିବା ପାଇଁ ନିଜ ଝିଅକୁ ଧମକାଇ ଡରାଇଥିବା ବି ଜାଣିବାକୁ ମିଳିଛି।
ଘଟଣାଟି ଜମ୍ମୁ-କଶ୍ମୀରର ରିଏସି ଜିଲ୍ଲାରେ ଘଟିଯାଇଛି। ଡିସେମ୍ବର ୨୧-୨୨ ତାରିଖ ରାତିରେ ଏପରି ଅଶ୍ୱଭନୀୟ ଘଟଣା ଘଟିଥିବା ସୂଚନା ରହିଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ, ଅଭିଯୁକ୍ତ ନିଜ ଝଅକୁ ଦୁଷ୍କର୍ମ କରିବା ପରେ କେଉଁ ଆଡ଼େ ପଳାଇ ଯାଇଥିଲେ। ତାଙ୍କୁ ପୁଲିସ୍ ରବିବାର ଦିନ ଗିରଫ କରିଛି।
ଘଟଣାଟି ପୀଡ଼ିତା ନିଜ ମାଆ ଓ ଜେଜେମାଆଙ୍କ ସମ୍ମୁଖରେ କହିବା ପରେ ସତ ପଦାକୁ ଆସିଛି। ପୀଡ଼ିତାଙ୍କ ମାଆ ଓ ଜେଜେମାଆଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ୍ ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା କରାଯିବ ବୋଲି ପୁଲିସ୍ ସୂଚନା ଦେଇଛି।
ତଦନ୍ତ ପରେ ଜାଣିବାକୁ ମିଳିଛି ଯେ ବ୍ୟକ୍ତି ଜଣକ ପୂର୍ବରୁ ଅନେକ ଥର ନିଜ ଝିଅ ସହ ଏପରି କରିଛନ୍ତି। ସେ ଏଥର ନିଜ ଘରେ ଏପରି ଦୁର୍କାଯ୍ୟ ନକରି ଅନ୍ୟ ଜଣକ ଘରେ କରିଥିବା ସୂଚନା ରହିଛି।