ଛଅ ମାସ ଧରି ୨ ନାବାଳିକା ଝିଅଙ୍କୁ ଦୁଷ୍କର୍ମ କରୁଥିଲା ବାପା

ଗୁରୁଗ୍ରାମ: ମଧ୍ୟମ ବୟସ୍କ ଜଣେ ବ୍ୟକ୍ତି ଛଅ ମାସ ଧରି ନିଜର ୨ ନାବାଳିକା କନ୍ୟାଙ୍କୁ ଦୁଷ୍କର୍ମ କରି ଆସୁଥିଲା ବୋଲି ଅଭିଯୋଗ ହୋଇଛି। ଗୁରୁଗ୍ରାମର ସେକ୍ଟର ୧୦ ଅଞ୍ଚଳରେ ବ୍ୟକ୍ତି ଜଣକ ଏକ ଦୋକାନ ଚଳାଏ। ଯେତେବେଳେ ତାଙ୍କ ପତ୍ନୀ ନିଜ ଘର କିମ୍ବା କୌଣସି ସଂପର୍କୀୟାଙ୍କ ଘରକୁ ଯାଉଥିଲେ ଅଭିଯୁକ୍ତ ନିଜ ଦୁଇ ନାବାଳିକା ଝିଅଙ୍କୁ ଦୁଷ୍କର୍ମ କରୁଥିଲା ବୋଲି ଜାଣିବାକୁ ମିଳିଛି।

ଏ ସଂପର୍କରେ ପୁଲିସ୍‌ରେ ପ୍ରଥମ ଅଭିଯୋଗ ଆଣିଛନ୍ତି ବଡ଼ ଝିଅ ସୀମା(ଛଦ୍ମନାମ)। ସୀମା କହିଛନ୍ତି କି ମାଆ ଯେତେବେଳ ଘରେ ରହୁନଥିଲେ ତାଙ୍କ ନିଜ ବାପା ତାଙ୍କ ସହ ବଳପୂର୍ବକୁ ଦୁଷ୍କର୍ମ କରୁଥିଲେ। ସୀମା ଅଭିଯୋଗ କରି ପୁଲିସ୍‌କୁ ଆହୁରି ଜଣାଇଛନ୍ତି ଯେ, ‘ପ୍ରଥମେ ମୁଁ ଯେତେବେଳେ ଶୋଇଥିଲି ବାପା ଆସି ମୋ ପୋଷାକ ଖୋଲିଲେ। ମୁଁ ପ୍ରଥମେ ଆଶ୍ଚର୍ଯ୍ୟ ରେ ଚୁପ୍‌ ହୋଇଗଲି। ତା’ପରେ ଏପରି ଏକ ଘୃଣ୍ୟ କଥା କାହାକୁ କହିବାକୁ ସାହାସ ବାନ୍ଧି ପାରିଲି ନାହିଁ।’ ସେ ଆହୁରି ବି ଜଣାଇଛନ୍ତି ଯେ ସେହିଦିନଠାରୁ ଭିନ୍ନ ଭିନ୍ନ ଦିନରେ ଏପରି ତାଙ୍କ ସହ ପ୍ରାୟ ୩ ଥର ହୋଇଛି। ମାତ୍ର ଲଜ୍ଜା ଏବଂ ଭୟରେ ସେ ଏହି ଘଟଣା ସଂପର୍କରେ କାହାକୁ ଜଣାଇ ପାରିନଥିଲେ।

ଏ ସଂପର୍କରେ ମାର୍ଚ ୧୨ ତାରିଖରେ ଅଭିଯୁକ୍ତ ମନୋଜ(ଛଦ୍ମନାମ)ର ୧୨ ବର୍ଷୀୟା ସାନ ଝିଅ ରୀମା ମଧ୍ୟ ପୁଲିସ୍‌ରେ ଅଭିଯୋଗ ଆଣିଛନ୍ତି। ରୀମାଙ୍କ ଅଭିଯୋଗ ଅନୁସାରେ ମନୋଜ କେବଳ ବଡ଼ ଝିଅ ନୁହେଁ ସାନ ଝିଅ ସହ ମଧ୍ୟ ଅନେକ ବାର ଏମିତି କରି ଆସିିଛି। ଏବେ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର