ନୂଆଦିଲ୍ଲୀ : ଦିଲ୍ଲୀରେ ଜଣେ ମହିଳା ଜିଆଇପି ମଲ୍ର ଛାତରୁ ଡ଼େଇଁ ଆତ୍ମହତ୍ୟା କରିଥିଲେ । ଶବ ବ୍ୟବଚ୍ଛେଦ ପରେ ଯେତେବେଳେ ପୁଲିସ ମହିଳାଙ୍କ ଶବ ନେଇ ତାଙ୍କ ଘରେ ପହଞ୍ଚିଥିଲେ ସେତେବେଳେ ପହିବାର ଲୋକେ ସେ ଆମ ଝିଅ ନୁହଁ ବୋଲି କହିଥିଲେ । ଏହା ସହ ଆମେ ଝିଅର ଅନ୍ତିମ ସଂସ୍କାର କରି ପାରିବୁ ନାହଁ କରି ଶବ ଫେରାଇ ଦେବାରୁ ସେକ୍ଟର-୯୪ରେ ଥିବା ଶ୍ମଶାନରେ ମୃତ ମହିଳାଙ୍କ ଅନ୍ତିମ ସଂସ୍କାର କରିଥିଲା ପୁଲିସ । ମୃତ ଶିବାନୀଙ୍କ ବାପା ସତକପାଲଙ୍କ କହିବା ଅନୁଯାୟୀ, ଝିଅକୁ ନୋଏଡ଼ାରେ ରହିବା ପାଇଁ ମନା କରିଥିଲୁ । କିନ୍ତୁ ସେ ଆମ କଥା ନ ମାନି ନୋଏଡ଼ାରେ ଆସି ରହିଥିଲେ ।
/sambad/media/post_attachments/wp-content/uploads/2018/07/unnamed-file-300x190.jpg)
ସେହି ଦିନ ଠାରୁ ଆମେ ତା’ ସହ ସବୁ ସଂପର୍କ କାଟି ଦେଇଥିଲୁ । ଅନ୍ୟ ପକ୍ଷରେ ଶିବାନୀଙ୍କ ଏହି ଆତ୍ମହତ୍ୟା ପଛରେ ତାଙ୍କ ପ୍ରେମୀ ଧର୍ମଜିତ୍ଙ୍କ ହାତ ଥିବା ଜାଣି ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି ପୁଲିସ । ସେ ଆନ୍ଧ୍ରପ୍ରଦେଶରେ ଲୁଚିଥିବା ଖବର ପାଇଁ ଆନ୍ଧ୍ରପ୍ରଦେଶ ଯାଇ ତଦନ୍ତ ଆରମ୍ଭ କରିଛି ପୁଲିସ ।