ଗୌହାଟୀ: ଆସାମର ବକ୍ସା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ନିଜକୁ ରୋଗମୁକ୍ତ କରିବା ପାଇଁ ଜଣେ ବ୍ୟକ୍ତି ନିଜର ଅଢ଼େଇ ବର୍ଷର ସନ୍ତାନକୁ ନଦୀରେ ଫିଙ୍ଗି ଦେଇଛନ୍ତି। ନଦୀରେ ବୁଡି ଯିବା ହେତୁ ଶିଶୁଟିର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଅଭିଯୁକ୍ତ ବୀରବଲ ବୋରୋ(୪୫)ଙ୍କୁ ଏହି ଘଟଣା ଘଟିବାର କିଛି ସମୟ ପରେ ହିଁ ତମୁଲପୁରରୁ ପୁଲିସ ଗିରଫ କରିଥିଲା।

Advertisment

publive-image

ବୀରବଲ ପତ୍ନୀ ଜୁନୁ ବୋରୋ ପୁଲିସରେ ଅଭିଯୋଗ କରି କହନ୍ତି, ତାଙ୍କ ସ୍ୱାମୀ କିଛିଦିନ ହେବ ଅସୁସ୍ଥ ଥିଲେ। ଗତ ଶନିବାର ସନ୍ଧ୍ୟାରେ ଝିଅ ତୃଷିକାକୁ ବୁଲାଇବାକୁ  ବାହାନା କରି ନେଇ ଯାଇଥିଲେ। କିଛି ସମୟରେ ପରେ ମୁଁ ତାଙ୍କୁ ଘରକୁ ଏକା ଆସିବା ଦେଖିଥିଲି। ଯେତେବେଳେ ମୁଁ ଝିଅ ତୃଷିକା ବିଷୟରେ ପଚାରିଥିଲି ସେ ତାକୁ ବୋରଲା ନଦୀରେ ଫିଙ୍ଗି ଦେଇଥିବା କଥା କହିଥିଲେ। ସ୍ୱାମୀଙ୍କ ଠାରୁ ଏକଥା ଶୁଣିବା ପରେ ମୋର ପାଦତଳୁ ମାଟି ଖସିଗଲା ଭଲି ଲାଗିଥିଲା। ପଡୋଶୀଙ୍କ ସାହାଯ୍ୟରେ ଥାନାରେ ପହଞ୍ଚିଥିଲି। ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଶିଶୁକୁ ନଦୀ ଭିତରୁ ଉଦ୍ଧାର କରିବା ବେଳକୁ ତାର ମୃତ୍ୟୁ ହୋଇସାରିଥିଲା।

ବୀରବଲ ବୋରୋ କହନ୍ତି, ‘ମୋ ସ୍ୱପ୍ନରେ ଭଗବାନ ଆସିଥିଲେ। ଏବଂ ସିଏ ହିଁ ମୋତେ ଏଭଳି କରିବା ପାଇଁ ବାଧ୍ୟ କରିଥିଲେ।’

publive-image

ପୁଲିସ ହତ୍ୟାକାରୀ ପିତାକୁ ଗିରଫ କରିବା ସହିତ ଏହି ଘଟଣାରେ କୌଣସି ତାନ୍ତ୍ରିକ ସାମିଲ ଥିବା ଆଶଙ୍କା କରାଯାଉଛି। ହତ୍ୟାକାରୀର ମାନସିକସ୍ଥିତି ଠିକ ନଥିବା ବି ପୁଲିସ ସନ୍ଦେହ କରୁଛି।