ନିଜ ସାଙ୍ଗ ସହିତ ମିଶି ତିନି ଝିଅଙ୍କୁ ନଦୀରେ ଫିଙ୍ଗି ବାପା ଦେଲେ ଅପହରଣର ରୂପ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ସନ୍ଥ କବୀର ନଗର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ତାଙ୍କ ସାଙ୍ଗ ସହ ମିଶି ନିଜର ତିନି ଝିଅଙ୍କୁ ନଦୀରେ ଫିଙ୍ଗି ଦେଇଛନ୍ତି। ଏଭଳି ଏକ ଅମାନବୀୟକାଣ୍ଡ ଘଟାଇବା ପରେ ସେ ନିଜ ପୋଷାକ ଫାଡ଼ି ଶରୀରକୁ ବ୍ଳେଡ୍‌ରେ କାଟି ତିନି ଝିଅଙ୍କୁ କିଏ ଅପହରଣ କରି ନେଇଥିବା ପୁଲିସକୁ ଖବର ଦେଇଥିଲେ।

ତିନି ଝିଅଙ୍କ ଅପହରଣର ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲା। ପୁଲିସ ଅଭିଯୁକ୍ତ ପିତା ଓ ତାଙ୍କ ସାଙ୍ଗକୁ ବିଚାରବିଭାଗୀୟ ହେପାଜତକୁ ନେଇଛି। ଘଟଣା ପଛର କାରଣ ପାରିବାରିକ କଳହ ବୋଲି ସନ୍ଦେହ କରାଯାଉଛି।

UP: Father throws 3 daughters in Ghagra river | Indiablooms ...
Indiablooms

ପ୍ରକାଶିତ ରିପୋର୍ଟ ମୁତାବକ, ଧନଘଟା ଥାନା ଅଞ୍ଚଳରେ ଡିହବା ଗ୍ରାମ ନିବାସୀ ସରଫରାଜଙ୍କ ପୁତ୍ର ସୋହରାବ ୨୦ଦିନ ପୂର୍ବରୁ ମୁମ୍ବାଇ ଫେରିଥିଲେ। ଗତ ରବିବାର ରାତିରେ ସୋହରାବ ନିଜ ସାଙ୍ଗ ସହିତ ମିଶି ବାଇକ୍‌ରେ ତିନିଜଣ ଝିଅଙ୍କୁ ବସାଇ ବିଡହର ଘାଟକୁ ଯାଇଥିଲେ। ସେଠାରେ ତିନିଜଣ ଝିଅଙ୍କୁ ଘାଘରା ନଦୀରେ ଫିଙ୍ଗି ଦେଇଥିଲେ।

ଏହାପରେ ଘରେ ପହଞ୍ଚି ସୋହରାବ ବ୍ଲେଡ୍‌ରେ ଶରୀରକୁ କାଟି ପୋଷାକ ଫାଡି ନିଜର ତିନିଜଣ ଝିଅଙ୍କୁ କେହି ଅପହରଣ କରି ନେଇଥବା ପୁଲିସକୁ ସୂଚନା ଦେଇଥିଲେ। ତେବେ ଅଭିଯୁକ୍ତ ବାପା ଏପରି ଅମାନବୀୟ କାଣ୍ଡ କାହିଁକି ଘଟାଇଛନ୍ତି, ତାହାର କୌଣସି ସ୍ପଷ୍ଟ ସୂଚନା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ମିଳିନାହିଁ। ତିନିଜଣ ଝିଅଙ୍କୁ ଖୋଜା ଚାଲିଛି।

ସମ୍ବନ୍ଧିତ ଖବର