ପତ୍ନୀ ହତ୍ୟା ଅଭିଯୋଗରେ ପୁଲିସ୍‌ କବଳରେ ପଡ଼ିଯିବାରୁ ଆତ୍ମହତ୍ୟା କଲେ ପତି!

ଲକ୍ଷ୍ନୌ: ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା।  ଜିଲ୍ଲାରେ ନିଜ ବାସଭବନରେ ଫାଶୀ ଲଗାଇ ସୁରଜିତ ନାମକ ଜଣେ  ୨୫ ବର୍ଷ ବୟସ୍କ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସୁରଜିତ ତାଙ୍କ ପତ୍ନୀଙ୍କୁ ହତ୍ୟା କରିବା ପରେ ପୁଲିସ୍‌ କବଳରେ ପଡ଼ିଯିବାରୁ ନିଜ ମାନସିକ ଭାରସାମ୍ୟ ହରାଇ ଏପରି ନିଷ୍ପତ୍ତି ନେଇଥିବା ଜାଣିବାକୁ ମିଳିଛି।

ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି ଯେ ସୁରଜିତ ଦିଲ୍ଲୀରେ ଟ୍ୟାକ୍ସି ଡ୍ରାଇଭର ଭାବରେ କାମ କରୁଥିଲେ। ରିଙ୍କି ନାମ୍ନୀ ଜଣେ ଯୁବତୀଙ୍କ ସହ ୨୦୧୮ ମସିହାରେ ତାଙ୍କର ବିବାହ ହୋଇଥିଲା। ସୁରଜିତଙ୍କ ପତ୍ନୀ ରିଙ୍କି ଏକ ବିୟୁଟି ପାର୍ଲରରେ କାମ କରୁଥିଲେ। ପତିପତ୍ନୀ ବେଶ୍‌ ହସଖୁସିରେ ରହୁଥିଲେ।


Hindustan Times

ମାତ୍ର ଅଚାନକ ଶନିବାର ରିଙ୍କିଙ୍କର ହତ୍ୟା କରାଯାଇଥିବା ଖବର ପୁଲିସ୍‌ ହାତରେ ଲାଗିଲା। ପୁଲିସ୍‌ ତଦନ୍ତରୁ ଜାଣିବାକୁ ମିଳିଥିଲା ଯେ ସୁରଜିତ ଦିଲ୍ଲୀଠାରେ ନିଜ ପତ୍ନୀର ହତ୍ୟା କରି ନିଜ ଗାଆଁକୁ ଖସି ପଳାଇଥିଲେ।

ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି କି ମଙ୍ଗଳବାର ଦିନ ଏ ସଂପର୍କରେ ସୁରଜିତଙ୍କର ଜଣେ ସମ୍ପର୍କୀୟଙ୍କୁ ଦିଲ୍ଲୀ ପୁଲିସ୍‌ ପଚରାଉଚରା କରିଥିଲା। ପରବର୍ତ୍ତୀ ସମୟରେ ସୁରଜିତଙ୍କ ପରିବାର ସଦସ୍ୟ ତାଙ୍କୁ ଏ ବିଷୟରେ ଜଣାଇଥିଲେ। ସୁରଜିତ କେଉଁ ସ୍ଥାନରେ ରହୁୁଛନ୍ତି ଜାଣିବା ପରେ ପୁଲିସ୍ ତାଙ୍କ ନିକଟକୁ‌ ଏକ ତିନି ଜଣିଆ ଟିମ୍ ପଠାଇ ଥିଲା। ତେବେ ଦିଲ୍ଲୀ ପୁଲିସ୍‌ର ଏପରି ତଦନ୍ତକୁ ନେଇ  ବିବ୍ରତ ହୋଇ ସୁରଜିତ ଘରେ ଫାଶୀ ଦେଇଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର