ଝିଅ ସହ ଲିଭ୍‌ ଇନ୍‌ ପାର୍ଟନର ଶାରୀରିକ ସଂପର୍କ ରଖିବା ପରେ କ୍ରାଇମ୍‌ ପାଟ୍ରୋଲ ଦେଖି ହତ୍ୟା ଯୋଜନା କଲା ମା’

ଶରୀରରୁ ଅଲଗା କଲା ହାତ,ଗୋଡ଼ ଏବଂ ମୁଣ୍ଡ

ନୂଆଦିଲ୍ଲୀ : ଦିଲ୍ଲୀର ସ୍ୱରୁପ ନଗରରେ ଘଟିଥିବା ଲୋକଟାଙ୍କୁରା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ମହିଳା ନିଜ ବୟସ୍କ ଲିଭ୍‌ ଇନ୍‌ ପାର୍ଟନରଙ୍କୁ ଯେଉଁଭଳି ବୀଭତ୍ସ ଭାବରେ ହତ୍ୟା କରିଥିଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛିି । ମୃତକଙ୍କ ଶରୀରରୁ ହାତ, ଗୋଡ଼ ଏବଂ ମୁଣ୍ଡକୁ ଅଲଗା କରି ମହିଳା ବିଭିନ୍ନ ସ୍ଥାନରେ ଫିଙ୍ଗି ଦେବା ସହ ଶରୀରକୁ ନିଜ ଘର ତଳେ ପୋତି ଦେଇଥିଲେ । ପ୍ରଥମେ ଗଳା ଚିପି ହତ୍ୟା କରିବା ପରେ ମହିଳାଜଣଙ୍କ ଶରୀରକୁ ୫ଟୁକୁଡ଼ା କରିଥିଲେ ବୋଲି ଜଣାପଡ଼ିଛି । ମୃତକଙ୍କ ଶବ ମାର୍ଚ୍ଚ ୨୦ରେ ପୁଲିସକୁ ମିଳିଥିବା ବେଳେ ଏବେ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ ।

oneindia.com

ଗିରଫ ପରେ, ୨୯ବର୍ଷୀୟ ସୁନୀତା ନିଜ ଦୋଷ ସ୍ୱୀକାର କରିବା ସହ ହତ୍ୟା ପଛର କାରଣ ଜଣାଇଥିଲେ । ମୃତ ରାଜେଶଙ୍କ ସହ ସୁନୀତା କିଛି ବର୍ଷ ପୂର୍ବେ ଲିଭ୍‌ ଇନ୍‌ରେ ରହିବା ଆରମ୍ଭ କରିଥିଲେ । କିନ୍ତୁ ରାଜେଶ ସୁନୀତାଙ୍କ ସହ ରହି ମଧ୍ୟ ତାଙ୍କ ଝିଅ ସହ ଶାରୀରିକ ସଂପର୍କ ରଖୁଥିଲେ । ଦିନେ ଏ ବିଷୟରେ ସୁନୀତାଙ୍କୁ ଜଣା ପଡ଼ିବା ପରେ ସେ ରାଗରେ ରାଜେଶଙ୍କୁ ମାରିବାର ଯୋଜନା କରିଥିଲେ । ଟିଭିରେ ପ୍ରସାରିତ ହେଉଥିବା କ୍ରାଇମ୍‌ ପାଟ୍ରୋଲ ଦେଖି ସେ ରାଜେଶଙ୍କୁ ହତ୍ୟା କରିବାର ଯୋଜନା କରିଥିଲେ । ପ୍ରଥମେ ତାଙ୍କ ଗଳା ଚିପି ହତ୍ୟା କରିବା ସହ ଶରୀରର ଅଙ୍ଗ କାଟି ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥିଲେ । ଏହା ପରେ ଶରୀରକୁ ରହୁଥିବା ଘର ତଳେ ପୋତି ଦେଇଥିଲେ । ଘରର ମାଲିକଙ୍କୁ ସନ୍ଦେହ ହେବା ପରେ ସେ ପୁଲିସକୁ ଖବର ଦେଇଥିଲେ । ଯାହା ପରେ ପୂରା ମାମଲା ସାମ୍ନାକୁ ଆସିଥିଲା ।

ସମ୍ବନ୍ଧିତ ଖବର