ସ୍ବାମୀଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ୩ ପିଲାଙ୍କୁ ଧରି ତିନ୍‌ ତଲାକ ଦେଇ ବାପଘରକୁ ପଳାଇଲେ ମୁସଲ୍‌ମାନ ମହିଳା

ଅହମ୍ମଦାବାଦ୍‌: ଅହମ୍ମଦାବାଦ୍‌ରେ ଦେଖିବାକୁ ମିଳିଛି ଏକ ନିଆରା ଘଟଣା। ସ୍ବାମୀଙ୍କ ବ୍ୟବହାରରେ କ୍ରୋଧିତ ହୋଇ ଜଣେ ମୁସ୍‌ଲମାନ ମହିଳା ତାଙ୍କ ବିିରୋଧରେ ଥାନାରେ ଘରୋଇ ହିଂସା ମାମଲା ରୁଜୁ କରିବା ସହ ତାଙ୍କୁ ସଙ୍ଗେ ସଙ୍ଗେ ତଲାକ୍‌ ଦେଇ ଘର ଛାଡ଼ି ପଳାଇ ଯାଇଛନ୍ତି। ମହିଳାଙ୍କ ସ୍ବାମୀ ଏହି ମାମଲାକୁ ରବିବାର ଭେଜାଲ୍‌ପୁର ପୁଲିସ୍‌ ଷ୍ଟେସନକୁ ନେବା ପରେ ଘଟଣା ସାମ୍ନାକୁ ଆସିଛି।

ମହିଳା ଜଣକ ହେଉଛନ୍ତି ମୁମ୍‌ତାଜ୍‌ ଶ‌ୈଖ୍। ସେ ତାଙ୍କ ସ୍ବାମୀ ସେରଖାନ୍‌ ପଠାନଙ୍କ ଉପରେ ଅତିଷ୍ଠ ହୋଇ ତାଙ୍କର ୩ଟି ପିଲାଙ୍କୁ ଧରି ନିଜ ବାପଘରକୁ ପଳାଇ ଯାଇଥିବା ଜାଣିବାକୁ ମିଳିଛି। ତାଙ୍କୁ ତାଙ୍କ ସ୍ବାମୀ ଭଲ ବ୍ୟବହାର ଦେଖାଉ ନଥିବା ଦର୍ଶାଇ ସେ ତାଙ୍କ ସ୍ବାମୀଙ୍କୁ ତିନ୍‌ ତଲାକ ଦେଇ ଘର ଛାଡ଼ି ପଳାଇଥିବା ସୂଚନା ରହିଛି। ସେ ତାଙ୍କ ଅଭିଯୋଗରେ କହିଛନ୍ତି କି ତାଙ୍କ ସ୍ବାମୀ ତାଙ୍କୁ ସାଧ‌ାରଣ ଛୋଟ ଛୋଟ କଥାରେ କଷ୍ଟ ଦେବା ଭଳି କଥା କହୁଥିଲେ।

The Logical Indian

ସୈଖ୍‌ ଘର ଛାଡ଼ି ତାଙ୍କ ବାପଘରକୁ ପଳାଇବା ପରେ ପଠାନ୍‌ ତାଙ୍କ ପତ୍ନୀ ଓ ପିଲାଙ୍କୁ ଭେଟିବା ପାଇଁ ତ‌ାଙ୍କ ଶଶୁର ଘରକୁ ଯାଇଥିଲେ। ମାତ୍ର ସେଠାରେ ପଠାନଙ୍କ‌ ଶଶୁର ତାଙ୍କୁ ମାରଧର କରିଥିବା ସେ ଅଭିଯୋଗ ଆଣିଛନ୍ତି। ଅନ୍ୟପକ୍ଷରେ ସୈଖ୍‌ଙ୍କ ବାପା ପଠାନଙ୍କ ବିରୋଧରେ ଏକ ଅଭିଯୋଗ ଆଣି ପଠାନ ତାଙ୍କୁ ମାଡ଼ ମାରିଥିବା ପୁଲିସ୍‌ରେ ଅଭିଯୋଗ ଆଣିଛନ୍ତି। ପୁଲିସ୍‌ ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର