ନୂଆଦିଲ୍ଲୀ: ଖାଦ୍ୟ ଡେଲିଭରି କରୁଥିବା ମହିଳା ଓ ପୁରୁଷ କର୍ମଚାରୀଙ୍କୁ ଡିୟୁଟି କରୁଥିବା ସମୟରେ ବିଭିନ୍ନ ଘଟଣାର ସାମ୍ନା କରିବାକୁ ହୋଇଥାଏ। କେତେବେଳେ ଖାଦ୍ୟ ଡେଲିଭରି କର୍ମଚାରୀଙ୍କୁ ଉକ୍ତ ଘଟଣା ଖୁସି ଦେଇଥାଏ ତ ଆଉ କେତେବେଳେ ନିରାଶ କରିଥାଏ। ବେଳେ ବେଳେ ଏମିତି ବି ଘଟଣା ଘଟେ ଯେଉଁଥିପାଇଁ ସେମାନେ ନିଜେନିଜେ ଚାକିରିରୁ ବାହାରିଯିବାକୁ ସ୍ଥିର କରିଥାଆନ୍ତି।
ନିକଟରେ ଜଣେ ଖାଦ୍ୟ ଡେଲିଭରି ମହିଳା ଗ୍ରାହକଙ୍କ ପାଖକୁ ଅର୍ଡର ନେଇ ପହଞ୍ଚିଥିଲେ। ଗ୍ରାହକ ଉକ୍ତ ଅର୍ଡର ନେବା ପାଇଁ ଉଲଗ୍ନ ହୋଇ କବାଟ ଖୋଲିଥିଲେ। ଏହି ଦୃଶ୍ୟ ଦେଖି ମହିଳା ଡେଲିଭରି କର୍ମଚାରୀ ଭୟଭୀତ ହୋଇଯାଇଥିଲେ। ତୁରନ୍ତ ଅର୍ଡର ଦେଇ ଜୀବନବିକଳରେ ଘଟଣାସ୍ଥଳରୁ ଚାଲି ଆସିଥିଲେ।
ଉକ୍ତ ମହିଳା ଡେଲିଭରି କର୍ମଚାରୀ ଜଣକ କହିଛନ୍ତି, ଗ୍ରାହକ ତାଙ୍କ ଅର୍ଡର ନେବାକୁ ଆସିବା ସମୟରେ ଉଲଗ୍ନ ହୋଇ କବାଟ ଖୋଲିଥିଲେ। ମୁଁ ତାଙ୍କର ଏଭଳି ଅବସ୍ଥା ଦେଖି ଭୟଭୀତ ହୋଇଯାଇଥିଲି। କ’ଣ କରିବି କିଛି ବୁଝି ପାରି ନଥିଲି। ବ୍ରିଟେନ ପ୍ରବାସୀ ହୋଇଥିବାରୁ ମୁଁ ଏହି ଘଟଣାକୁ ନେଇ ଅଭିଯୋଗ କରି ଅଯଥା ସମସ୍ୟାରେ ପଶିବାକୁ ଚାହୁଁ ନଥିଲି। ଏହି ଘଟଣା ପରେ ମୁଁ ସମ୍ପୂର୍ଣ୍ଣ ଭୟଭୀତ ହୋଇଯାଇଛି । ଏବେ ବି କୌଣସି ଗ୍ରାହକଙ୍କ ପାଖକୁ ଖାଦ୍ୟ ଡେଲିଭରି ଦେବାକୁ ଗଲେ ମନରେ ଭୟ ରହୁଛି। ସେମିତି ଘଟଣା ମୋ ସହ ଆଉ ନଘଟୁ ବୋଲି ଭଗବାନଙ୍କୁ ପ୍ରାର୍ଥନା କରୁଛି।
ତେବେ ଏହା ପ୍ରଥମ ଘଟଣା ନୁହେଁ । ଏହାପୂର୍ବରୁ ଏମିତି ଘଟଣା ଅନେକ ଘଟିସାରିଛି। ତବେ ଡେଲିଭରି କର୍ମଚାରୀଙ୍କ ସାମ୍ନାକୁ ଅଶ୍ଳୀଳ ଢ଼ଙ୍ଗରେ ଆସୁଥିବା ଗ୍ରାହକ ଖାଦ୍ୟ ଡେଲିଭରି ପୂର୍ବରୁ ଆପ ଜରିଆରେ ଦେଖି ନେଇ ଥାଆନ୍ତି କି ତାଙ୍କ ପାଖକୁ ପୁରୁଷ ନା ମହିଳା ଡେଲିଭରି କର୍ମଚାରୀ ଖାଦ୍ୟ ନେଇ ଆସୁଛନ୍ତି। ଏହାପରେ ସେମାନେ ମହିଳା କର୍ମଚାରୀଙ୍କ ସହିତ ଏଭଳି ଅଶ୍ଳୀଳ ବ୍ୟବହାର କରିଥାଆନ୍ତି ବୋଲି କୁହାଯାଉଛି।
Follow Us