ଟ୍ରେନ୍‌ର ମହିଳା ବଗିରେ ସାମ୍ବାଦିକାଙ୍କୁ ଅସଦାଚରଣ, ଦୁଷ୍କର୍ମରୁ ଅଳ୍ପକେ ବର୍ତ୍ତିଲେ

ନୂଆଦିଲ୍ଲୀ : ଦେଶର ରାଜଧାନୀରୁ ପୁଣି ଏକ ଅସଦାଚରଣର ଘଟଣା ସାମ୍ନାକୁ ଆସିଛି । ଜଣେ ସାମ୍ବାଦିକା ଦିଲ୍ଲୀର ଲୋକାଲ ଟ୍ରେନରେ ଯାତ୍ରା କରୁଥିବା ବେଳେ ତାଙ୍କ ସହ କିଛି ଅଜଣା ଯୁବକ ଆସି ଅସଦାଚରଣ କରିଥିଲେ । ଟ୍ରେନର ମହିଳା ବଗିରେ କେହି ସୁରକ୍ଷା କର୍ମୀ ନଥିବାରୁ ସାମ୍ବାଦିକା ଜଣଙ୍କ ନିଜର ରକ୍ଷା ନିଜେ କରିଥିଲେ ବୋଲି କହିଛନ୍ତି । ଯଦି ସେ ଅଭିଯୁକ୍ତମାନଙ୍କୁ ଆକ୍ରମଣ ନ କରିଥାନ୍ତେ ତେବେ ତାଙ୍କ ସହ ଦୁଷ୍କର୍ମ ହେବାର ମଧ୍ୟ ସମ୍ଭାବନା ଥିଲା ବୋଲି ସାମ୍ବାଦିକା କହିଛନ୍ତି ।

Pratidin Time

ସୂଚନା ମୁତାବକ,ସାମ୍ବାଦିକା ଜଣକ ଟ୍ରେନର ମହିଳା ବଗିରେ ଯାତ୍ରା କରୁଥିବା ବେଳେ କିଛି ଯୁବକ ତାଙ୍କୁ ଆସି ଘେରି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଆସି ସାମ୍ବାଦିକାଙ୍କୁ ଛୁଇଁବା ସହ ଜାବୁଡ଼ି ଧରିଥିଲେ । ସେଠାରେ ମହିଳାଙ୍କ ସୁରକ୍ଷା ପାଇଁ କେହି ନଥିବାରୁ ଅଭିଯୁକ୍ତମାନେ ତାଙ୍କୁ ତଳେ ପକାଇ ତାଙ୍କ ସହ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ । ଅନ୍ୟ କିଛି ବାଟ ନ ପାଇ ସାମ୍ବାଦିକା ଅଭିଯୁକ୍ତମାନଙ୍କ ଉପରକୁ ପାଲଟା ଆକ୍ରମଣ କରିବା ଆରମ୍ଭ କରିଥିଲେ । ଟ୍ରେନଟି ଅଟକିବା ପରେ ସାମ୍ବାଦିକା ଜଣଙ୍କ ଟ୍ରେନରୁ ବାହାରି ଜିଆର୍‌ପିଏଫ୍‌ ପୁଲିସ ଷ୍ଟେସନରେ ଏ ନେଇ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ସିସିଟିଭି ଫୁଟେଜ ଚେକ୍‌ କରି ଅଭିଯୁକ୍ତମାନଙ୍କୁ ଖୋଜିବା ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର