ହିରୋଇନ ହୋଇ ଅଧିକ ଟଙ୍କା ରୋଜଗାର ଆଶା ମୋତେ କରିଦେଲା ସିରିୟଲ୍ କିଲର : ସାଇନାଇଡ ମଲିକା

ନୂଆଦିଲ୍ଲୀ: ସିରିୟଲ୍ କିଲର ଏମିତି ଏକ ଶବ୍ଦ ଯାହାକୁ ଶୁଣିଲେ ଲୋମମୂଳ ଟାଙ୍କୁରି ଉଠିଥାଏ। ତେବେ ଭାରତରେ ସିରିଏଲ କିଲରଙ୍କ ସଂଖ୍ୟା ଅନେକ ରହିଛି। ତେବେ ଅଧିକାଂଶ ସିରିଏଲ କିଲର  ପୁରୁଷ ହୋଇଥିବା ବେଳେ ମହିଳାମାନେ ବି ନିଜ ଆଶା ପୂରଣ କରିବାକୁ ଗୋଟିଏ ପରେ ଗୋଟଏ ହତ୍ୟା କରିବାର ଉଦାହରଣ ରହିଛି । ଏମିତି ଜଣେ ସିରିୟଲ୍ କିଲର୍ ହେଉଛନ୍ତି ଡି କମପମ୍ମା, ଯିଏ ସାଇନାଇଡ ମଲିକା ନାମରେ କୁଖ୍ୟାତ । ତାକୁ ଭାରତର ପ୍ରଥମ ସିରିୟଲ୍ କିଲର କୁହାଯାଏ।

ଡି କମପମ୍ମାର ଜନ୍ମ ୧୯୭୦ ମସିହାରେ କର୍ଣ୍ଣାଟକର କଗଲିପୁରା ଗ୍ରାମରେ ହୋଇଥିଲା। ସେ ଅତି ସାଧାରଣ ଜୀବନଯାପନ କରୁଥିଲା। ଘରର ଆର୍ଥିକ ଅବସ୍ଥା ବି ବହୁତ ଖରାପ ଥିଲା। ଛୋଟ ବୟସରୁ ପରିବାରଲୋକ ତାର ବିବାହ କରି ଦେଇଥିଲେ। କମପମ୍ମାର ସ୍ବାମୀ ଟେଲର କାମ କରୁଥିଲେ। ତାର ତିନିଟି ସନ୍ତାନ ବି ଥିଲେ। ସେ ନିଜର ଘର ପରିବାରକୁ ନେଇ ଶାନ୍ତିରେ ନଥିଲା କାରଣ ତାର ଆଶା ଉଚ୍ଚ ଥିଲା।

ତେଣୁ ସେ କାମ କରିବା ଆଶାରେ ଘରୁ ବାହାରି ଆସିଥିଲା। ତାର ହିରୋଇନ ହୋଇ ଅଧିକରୁ ଅଧିକ ଟଙ୍କା ରୋଜଗାର କରିବାର ଲକ୍ଷ୍ୟ ଥିଲା। କିନ୍ତୁ ସେ ହିରୋଇନ ସିନା ହୋଇପାରିଲା ନାହିଁ ବଡ଼ବଡ଼ ଲୋକଙ୍କ ଘରେ କାମ କରିବା ଆରମ୍ଭ କଲା। ଧୀରେଧୀରେ ସେମାନଙ୍କ ଘରୁ ଦାମିକା ଜିନିଷ ଓ ଟଙ୍କା ଚୋରି କରିଲା। ଏପରି ଭାବେ ଜଣକ ପରେ ଜଣକଙ୍କ ଘରେ କାମ କରି ଚାଲିଲା। ଆଉ ସେମାନଙ୍କ ଘରୁ ଟଙ୍କା ଚୋରି କରିଲା। ଏହି ଟଙ୍କାକୁ ସେ ପରବର୍ତ୍ତୀ ସମୟରେ ଚିଟଫଣ୍ଡରେ ଲଗାଇଥିଲା। ଚିଟଫଣ୍ଡରୁ ଟଙ୍କା ହରାଇବା ପରେ ସେ ଲୋକଙ୍କୁ ଠକି ଟଙ୍କା ଆଦାୟ କଲା। ଆଉ ଏହି ସମୟରେ ତା’ ରାସ୍ତାରେ ଯେଉଁମାନେ ବାଧା ସୃଷ୍ଟି କରୁଥିଲେ ସେମାନଙ୍କୁ ରାସ୍ତାରୁ ହଟାଇ ସିରିଏଲ କିଲର ପାଲଟି ଯାଇଥିଲା ସେ।

ପୁଲିସ ଡି କମପମ୍ମାକୁ ଗିରଫ କରି କୋର୍ଟ ଚାଲାଣ ବି କରିଥିଲା। କୋର୍ଟରେ ଡି କମପମ୍ମାର ନିଜର ଦୋଷ ସ୍ବୀକାର କରିଥିଲା। କୋର୍ଟ ତାକୁ ମୃତ୍ୟୁଦଣ୍ଡାଦେଶ ଦେଇଥିଲେ। ଡି କମପମ୍ମାର ଜୀବନ କାହାଣୀକୁ ନେଇ ଦୁଇଟି ସିନେମା ବି ନିର୍ମାଣ ହୋଇଥିଲା, ଯାହା ଚର୍ଚ୍ଚାରେ ରହିଥିଲା।

ସମ୍ବନ୍ଧିତ ଖବର