ନୂଆଦିଲ୍ଲୀ: ୪୫ ବର୍ଷୀୟା ଜଣେ ଶିକ୍ଷୟିତ୍ରୀଙ୍କୁ ନିଜର ଜଣେ ଛାତ୍ରଙ୍କ ସହ ବାରମ୍ବାର ଶାରୀରିକ ସଂପର୍କ ରଖିବା ଅଭିଯୋଗରେ ଗିରଫ କରାଯାଇଛି। ଶିକ୍ଷୟିତ୍ରୀ ଜଣକ ଶାରୀରିକ ସଂପର୍କ ରଖିବା ବେଳେ ପୀଡ଼ିତ ଛାତ୍ରଙ୍କ ବୟସ ୧୬ ବର୍ଷ ଥିଲା। ଛାତ୍ର ଜଣକ ଅଭିଯୁକ୍ତ ଶିକ୍ଷୟିତ୍ରୀଙ୍କ ଝିଅ ସହ ହାଇସ୍କୁଲ୍ରେ ପାଠ ପଢୁଥିଲେ। ଉଭୟ ଅଭିଯୁକ୍ତଙ୍କ ଝିଅ ଓ ପୀଡ଼ିତ ପୁଅଙ୍କ ଭିତରେ ଉତ୍ତମ ସଂପର୍କ ଥିଲା। ଛାତ୍ର ଜଣକ ସେହି କାରଣରୁ ଶିକ୍ଷୟିତ୍ରୀଙ୍କ ଘରକୁ ବି ଯିବାଆସିବା କରୁଥିଲେ। ତାହାର ଫାଇଦା ନେଇ ଶିକ୍ଷୟିତ୍ରୀ ଛାତ୍ରଙ୍କୁ ଯୌନ ଶୋଷଣ କରୁଥିଲେ। ଘଟଣାଟି ଆମେରିକାର ଓକ୍ଲାହୋମାର।
ଦ ମିରର୍ ମୁତାବକ, ୪୫ ବର୍ଷୀୟା ଜେନିଫର୍ ହକିନ୍ସଙ୍କ ଉପରେ ଜଣେ ନାବାଳକ ଛାତ୍ରଙ୍କୁ ଯୌନ ଶୋଷଣ କରିବାର ଅଭିଯୋଗ ହୋଇଛି। ତେବେ ପୀଡ଼ିତ ଯୁବକ ଜଣକ କେବଳ ତାଙ୍କ ଝିଅର ବନ୍ଧୁ ନୁହେଁ, ବରଂ ପୂର୍ବତନ ପ୍ରେମିକ ବି ଥିଲେ। ଏବେ ତାଙ୍କୁ ୨୧ ବର୍ଷ ବୟସ ହୋଇସାରିଛି। ଜେନିଫର୍ ଏବେ ଏକ ଜୁନିୟର୍ ହାଉସ୍କୁଲ୍ରେ ଶିକ୍ଷୟିତ୍ରୀ ଅଛନ୍ତି।
ପୁଲିସ୍ ସୂଚନା ଦେଇ କହିଛି ଯେ ଜେନିଫର୍ ଛାତ୍ରଙ୍କ ସହ ପ୍ରାୟ ୩୦୦ ଥର ଶାରୀରିକ ସଂପର୍କ ସ୍ଥାପନ କରିଛନ୍ତି। ସେ ସ୍କୁଲ୍ ସରିବା ପରେ ଛାତ୍ର ଜଣଙ୍କୁ ନିଜ ସହ ନେଇ ଚାଲି ଯାଉଥିଲେ। ଛାତ୍ରଙ୍କ ସହ ବିଭିନ୍ନ ସ୍ଥାନରେ ଶାରୀରିକ ସଂପର୍କ ରଖୁଥିଲେ। ସ୍କୁଲ୍ ଭିତରେ ବେନିୟମ୍ ଗତିବିଧି ପାଇଁ ତାଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ଦୁଷ୍କର୍ମ ଓ ନିର୍ଯାନତା ପରି ଅଭିଯୋଗ ରହିଛି।