ଟ୍ରେନରେ ବସିବାକୁ ନେଇ ବିବାଦ ହେବାରୁ ଭାବିସ୍ବାମୀକୁ ଫୋନ କଲେ ମହିଳା, ସାହାଯ୍ୟ ପାଇଁ ଆସିଥିବା ୩ଜଣ ସାଙ୍ଗ କଲେ ଗଣଦୁଷ୍କର୍ମ

ବୁଲନ୍ଦଶହର: ଉତ୍ତରପ୍ରଦେଶର ବୁଲନ୍ଦଶରରେ ଜଣେ ମହିଳାଙ୍କ ସହ ଭାବିସ୍ବାମୀର ୩ଜଣ ସାଙ୍ଗ ଗଣଦୁଷ୍କର୍ମ କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳ‌ରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଟ୍ରେନରେ ବିବାଦ ହେବା ପରେ ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ଆସିଥିବା ୩ଜଣ ଅଭିଯୁକ୍ତ ଗଣଦୁଷ୍କର୍ମ ଭଳି ଅପରାଧ କରିଥିଲେ। ଝଗଡ଼ାର ସମାଧାନ କରି ମହିଳାଙ୍କୁ ଘରକୁ ନେଉଥିବା ବାଟରେ ଅଭିଯୁକ୍ତମାନେ ଏଭଳି ଅପରାଧ କରିଥିବା ‌ବେଳେ ଏବେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ।

Image result for fiance-sent-3-friends-to-help-gang-raped-after-helping-bulandshahr-up
Delhi99.TV

ମିଳିଥିବା ଖବର ଅନୁଯାୟୀ, ଘଟଣାଟି ଘଟିଛି ବୁଲନ୍ଦଶହର ଜନପଥର କକୋଡ଼ା ଥାନା ଅଞ୍ଚଳରେ। ବୁଧବାର ପୀଡ଼ିତା ଟ୍ରେନଯୋଗେ ଅରନିଆରୁ ଗାଜିଆବାଦ୍ ଯାଉଥିବା ସମୟରେ ଏହି ଘଟଣା ଘଟିଥିଲା। ଟ୍ରେନରେ ବସିବାକୁ ନେଇ ପୀଡ଼ିତାଙ୍କର ଅନ୍ୟ ଯାତ୍ରୀଙ୍କ ସହ ଝଗଡ଼ା ହୋଇଥିଲା। ଏହା ପରେ ପୀଡ଼ିତା ନିଜ ଭାବିସ୍ବାମୀଙ୍କୁ ଫୋନ କରି ପୂରା ଘଟଣା ଜଣାଇବା ସହ ସାହାଯ୍ୟ ମ‌ାଗିଥିଲେ। ପୀଡ଼ିତାଙ୍କ ସମସ୍ୟା ବିଷୟରେ ଜାଣି ତାଙ୍କ ଭାବିସ୍ବାମୀ ନିଜର ୩ଜଣ ସାଙ୍ଗଙ୍କୁ ବୈର ରେଳ ଷ୍ଟେସନକୁ ପଠାଇ ଦେଇଥିଲେ। ‌‌ଘଟଣାସ୍ଥଳରେ ୩ଜଣ ପହଞ୍ଚି ପୀଡ଼ିତାଙ୍କୁ ସୁରକ୍ଷା ଦେବା ସହ ମୋଟରସାଇକେଲରେ ବସାଇ ଘରକୁ ବାହାରିଥିଲେ। କିନ୍ତୁ ବାଟରେ ଯୌନ ରାକ୍ଷାସ ପାଲଟି ଯାଇଥିଲେ ୩ଅଭିଯୁକ୍ତ। ସାଙ୍ଗର ଭାବିସ୍ତ୍ରୀ ବୋଲି ଜାଣି ମଧ୍ୟ ଦୁଷ୍କର୍ମ ଭଳି ଅପରାଧ କରିବାକୁ ପଛାଇ ନଥିଲେ। ଘଟଣା ପରେ ପୁଲିସରେ ଅଭିଯୋଗ କରାଯିବା ପରେ ୩ଜଣଙ୍କୁ ଗିରଫ କରିଛି ପୁଲିସ।

ସମ୍ବନ୍ଧିତ ଖବର