ସିଂଗରୋଲୀ: ମଧ୍ୟପ୍ରଦେଶର ସିଂଗରୋଲୀ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ନିଜ ସ୍ବାମୀକୁ ମାରିଛି ସ୍ତ୍ରୀ। ଘଟଣାକୁ ସାମ୍ନାକୁ ଆଣିବା ସହ ହତ୍ୟାକାରୀକୁ ଗିରଫ କରି ଜେଲ ପଠାଇଛି ପୁଲିସ। ମୃତକ ଜଣକ ହେଲେ ସେହି ଅଞ୍ଚଳର ବୀରେନ୍ଦ୍ର ଗୁର୍ଜର। ୨୧ ଫେବ୍ରୁଆରିରେ ମୃତ ବୀରେନ୍ଦ୍ରର ଶବ ଉଦ୍ଧାର କରାଯାଇଥିଲା।

Advertisment

ପୁଲିସର କହିବା ମୁତାବକ ମୃତକ ବୀରେନ୍ଦ୍ରର ସ୍ତ୍ରୀ କଂଚନ ଗୁର୍ଜର ସ୍ବାମୀଙ୍କ ହତ୍ୟାକୁ ନେଇ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ କରିଥିଲେ। ହେଲେ ସତ କେବେ ଲୁଚି ରହେନା। ପୁଲିସର ସନ୍ଦେହରେ କଂଚନ ବି ଥିଲେ। ଯେତେବେଳେ ପୁଲିସ ଏହି ହତ୍ୟାକାଣ୍ଡକୁ ନେଇ ଅଧିକ ଖୋଳତାଡ଼ କରିଥିଲା, ସେତେବେଳେ ପୁଲିସ କଂଚନ ବିରୋଧରେ ପ୍ରମାଣ ପାଇଥିଲା।

ଶେଷରେ କଂଚନ ପୁଲିସ ନିକଟରେ ସତ ମାନିଥିଲେ। ମୃତ ବୀରେନ୍ଦ୍ର ସବୁବେଳେ ମଦ ନିଶାରେ ଘରକୁ ଫେରୁଥିଲା ଏବଂ ତାକୁ ଅନେକ ପ୍ରକାରର ନିର୍ଯାତନା ଦେଉଥିଲେ । ସେଥିଲାଗି ସେ ସ୍ବାମୀକୁ ଜୀବନରୁ ମାରିଦେବାକୁ ଏକ ଯୋଜନା କରିଥିଲା । ୨୧ ଫେବ୍ରୁଆରି ଦିନ କଂଚନ  ସ୍ବାମୀଙ୍କ ଖାଇବାରେ ୨୦ରୁ ଅଧିକ ନିଦ ବଟିକା ମିଶାଇ ଦେଇଥିଲା । ଯେତେବେଳେ ସେ ଶୋଇଯାଇଥିଲା ସେତେବେଳେ ସେ ଏକ କୁରାଢୀରେ ସ୍ବାକୀ ଗଳାରେ ବାରବାର ଆଘାତ କରିଥିଲା । ପରେ ଏକ ଧାରୁଆ ଅସ୍ତ୍ରରେ ତାର ଯୌନାଙ୍ଗକୁ କାଟି ଦେଇଥିଲା। ପରେ ଶବକୁ ଏକ କପଡ଼ାରେ ବାନ୍ଧି ରାସ୍ତା କଡ଼କୁ ଫିଙ୍ଗିଦେଇଥିଲା । ଆଉ ପ୍ରମାଣ ନଷ୍ଟ କରିବାକୁ ବୀରେନ୍ଦ୍ରଙ୍କର କପଡ଼ାକୁ ଜାଳିଦେଇଥିଲା।

ପୁଲିସର କହିବା ମୁତାବକ କଂଚନ ମୃତ ବୀରେନ୍ଦ୍ରର ପଞ୍ଚମ ସ୍ତ୍ରୀ, ଆଗରୁ ତାର ୪ ଜଣ ସ୍ତ୍ରୀ ତାକୁ ଛାଡ଼ି ପଳାଇଥିଲେ। କଂଚନ ବି ଶେଷରେ ତା’ର ନିର୍ଯାତନାରେ ଅତିଷ୍ଠ ହୋଇ ତାକୁ ହତ୍ୟାକରିଛି।