ଜମିବାଡ଼ିକୁ ନେଇ ମାର୍‌ପିଟ୍‌, ୨ ଭଉଣୀ ଗିରଫ

ଭୁବନେଶ୍ୱର: ଜମିବାଡ଼ିକୁ ନେଇ ମାର୍‌ପିଟ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ୨ଭଉଣୀଙ୍କୁ ଗିରଫ କରିଛି। ସେମାନେ ହେଲେ ବେହେରାସାହି ବନଦୁର୍ଗା ଲେନ୍‌ ଅଞ୍ଚଳର ଗାୟତ୍ରୀ ମଲ୍ଲିକ(୨୩) ଓ ଇତିଶ୍ରୀ ମଲ୍ଲିକ(୨୦)। ଦୀର୍ଘ ଦିନ ହେବ ଜାଗାବାଡ଼ିକୁ ନେଇ ସେହି ଅଞ୍ଚଳର ରାଜକିଶୋର ବେହେରାଙ୍କ ପରିବାର ଓ ଗାୟତ୍ରୀଙ୍କ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ଶନିବାର ସନ୍ଧ୍ୟାରେ ରାଜକିଶୋର ଏକ ବାଲି ଟ୍ରକ୍‌ ନେଇ ଯାଉଥିବା ସମୟରେ ଗାୟତ୍ରୀ ଓ ଇତିଶ୍ରୀ ଅଟକାଇଥିଲେ। ରାଜକିଶୋର ପ୍ରତିବାଦ କରିବାରୁ ଉଭୟ ତାଙ୍କୁ ମାଡ଼ମାରିଥିଲେ। ଏନେଇ ରାଜକିଶୋର ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର