ଜାଗାବାଡ଼ିକୁ ନେଇ ମାର୍‌ପିଟ, ୨ ଗିରଫ

ଭୁବନେଶ୍ୱର: ଜାଗାବାଡ଼ିକୁ ନେଇ ନୂଆପଲ୍ଲୀ ବେହେରାସାହି ଅଞ୍ଚଳର ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟଣାରେ ଆଜି ନୂଆପଲ୍ଲୀ ଥାନା ପୁଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଭାସ୍କର ପରିଡ଼ା(୬୩) ଓ ସୁରେନ୍ଦ୍ର ବେହେରା(୬୪)। ଦୀର୍ଘ ଦିନ ହେବ ଜାଗାବାଡ଼ିକୁ ନେଇ ସେହି ଅଞ୍ଚଳର ରାଜକିଶୋର ବେହେରାଙ୍କ ପରିବାର ଓ ଯମ୍ବେଶ୍ୱର ମଲ୍ଲିକଙ୍କ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ତେବେ ଶନିବାର ସନ୍ଧ୍ୟାରେ ରାଜକିଶୋର ନିର୍ମାଣ କାମପାଇଁ ଏକ ବାଲି ଟ୍ରକ୍‌ ନେଇ ଯାଉଥିବା ସମୟରେ ଯମ୍ବେଶ୍ୱରଙ୍କ ଦୁଇ ଝିଅ ଅଟକାଇଥିଲେ। ଆମ ରାସ୍ତା ଦେଇ ଗାଡ଼ି ଯାଇପାରିବ ନାହିଁ କହି ଗାଡ଼ିକୁ ଅଟକାଇଥିଲେ। ତେବେ ରାଜକିଶୋର ପ୍ରତିବାଦ କରିବାରୁ ଉଭୟ ପରିବାର ମଧ୍ୟରେ ମାର୍‌ପିଟ୍‌ ହୋଇଥିଲା। ଏନେଇ ପରସ୍ପର ପରସ୍ପରଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଯମ୍ବେଶ୍ୱରଙ୍କ ୨ ଝିଅଙ୍କୁ ଗିରଫ କରିଥିଲା। ଏହାକୁ ନେଇ ଘଟଣା ଏକ ଭିନ୍ନ ମୋଡ଼ ନେଇଥିଲା। ତେବେ ଆଜି ଭାସ୍କର ଓ ସୁରେନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର