ଖଣ୍ଡଗିରି: ଗତକାଲି ରାତିରେ ସ୍ଥାନୀୟ ଗଙ୍ଗପଡ଼ାରେ ଘଟିଥିବା ଏକ ଗଣ୍ଡଗୋଳ ମାମଲାରେ ଯାଁଳା ଫାଣ୍ଡି ପୁଲିସ ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ, ଗଙ୍ଗପଡ଼ା ଗଡ଼ସାହିର ଖଗେଶ୍ୱର ପାଇକରାୟଙ୍କ ୩ପୁଅ ବିଶ୍ୱସୁନ୍ଦର ଓରଫ୍ ଚନ୍ଦନ(୩୨), ରିଙ୍କନ ଓରଫ୍ ନାଣ୍ଡୁ(୨୪), ନିତ୍ୟସୁନ୍ଦର ଓରଫ୍ ଆଇଡୁ(୨୨) ଓ ପ୍ରଭାକର ପାଇକରାୟଙ୍କ ପୁଅ ସତ୍ୟପ୍ରିୟ ଓରଫ ବାବୁ। ପୁଲିସ ସୂଚନାନୁସାରେ ଗତକାଲି ରାତିରେ ଏହି ଅଭିଯୁକ୍ତ ୪ଜଣ ମିଳିତ ଭାବେ ସେହି ଗାଁର ମୁନା ସାମନ୍ତରାୟଙ୍କୁ ମାଡ଼ ମାରି ଆହତ କରିଥିଲେ। ଏମାନେ ମୁନାଙ୍କୁ ଆକ୍ରମଣ କରୁଥିବା ବେଳେ ମୁନାଙ୍କ ମା’ ଗୟସ ମଂଜରୀ ଓ ଦାଦା ଚିତ୍ତରଂଜନ ପ୍ରତିବାଦ କରିବାରୁ ଆକ୍ରମଣକାରୀମାନେ ସେମାନଙ୍କୁ ମଧ୍ୟ ମାଡ଼ ମାରି ଗୁରୁତର କରିଥିଲେ। ଗଣ୍ଡଗୋଳକାରୀମାନଙ୍କ ମାଡ଼ରେ ଗୟସ ମଂଜରୀଙ୍କ ହାତ ଭାଙ୍ଗି ଯାଇଥିବାବେଳେ ଚିତ୍ତଙ୍କ ମୁଣ୍ଡ ଫାଟି ଯାଇଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗଣ୍ଡଗୋଳ ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।
ଗଣ୍ଡଗୋଳ ମାମଲାରେ ୪ ଭାଇ ଗିରଫ
/sambad/media/post_attachments/wp-content/uploads/2018/10/ARREST_2552.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)