ପୁରୁଣା ଭୁବନେଶ୍ୱର: ଏକ ଛୋଟ ପିଲା ଦେହରେ ସାଇକେଲ୍ ଧକ୍କା ହେବାରୁ ସ୍ଥାନୀୟ ନନ୍ଦ କିଶୋର ନଗରରେ ତୁମୁଳ କାଣ୍ଡ ଘଟିଛି। ସାଇକେଲ୍ ଧକ୍କା ହେବା ପରେ ଝଗଡ଼ାକୁ କେନ୍ଦ୍ରକରି ତିନି ଜଣ ଯୁବକ ଜଣେ ଯୁବକକୁ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି। ଏନେଇ ଅଭିଯୋଗ ପରେ ପୁଲିସ ଜଣେ ଯୁବକୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲା ଗ୍ୟାରେଜ୍ ଛକ ନିକଟ ନନ୍ଦ କିଶୋର ନଗରର ସୁନିଲ ଦୋରା(୨୧)। ପୁଲିସ ସୂଚନା ଅନୁଯାୟୀ ସେହି ଅଞ୍ଚଳରେ ଗୌରାଙ୍ଗ ଦୋରାଙ୍କ ୮ବର୍ଷର ଶିଶୁ ବୁଲୁଥିବା ବେଳେ ସୁନିଲ ସାଇକେଲ ଧକ୍କା କରିଥିଲା। ଶୁଶୁଟିର ମୁଣ୍ଡରେ ଆଘାତ ଲାଗିବାରୁ ଗୌରାଙ୍ଗ ଓ ତାଙ୍କ ପତ୍ନୀ ଦମୟନ୍ତୀ ସୁନିଲକୁ ଗାଳି କରିଥିଲେ। ଉଭୟଙ୍କ ମଧ୍ୟରେ ଘଟଣା ସ୍ଥଳରେ ବଚସା ହୋଇଥିଲା। ତେବେ ଏହି ରାଗରେ ଶନିବାର ରାତି ପ୍ରାୟ ୧୨ଟାରେ ସୁନିଲ ତାର ଦୁଇ ସହଯୋଗୀଙ୍କ ସହ ଆସି ଗୌରାଙ୍ଗଙ୍କ ମୁଣ୍ଡକୁ ଭୁଜାଲିରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଗୌରାଙ୍ଗଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତିି କରିଥିଲେ। ଏନେଇ ଦମୟନ୍ତୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ଆଜି ସୁନିଲକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଭୁଜାଲିରେ ଆକ୍ରମଣ କରି ଯୁବକ ଗିରଫ
ସାଇକେଲ୍ ଧକ୍କାରୁ ତୁମୁଳକାଣ୍ଡ
/sambad/media/post_attachments/wp-content/uploads/2018/03/arrest-8.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)