ଭୁବନେଶ୍ୱର: ଜାଗାବାଡ଼ିକୁ ନେଇ ଜଣେ ମାର୍ପିଟ ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ ଦୁଇ ଭାଇଙ୍କୁ ଗିରଫ କରିଛି। ସେମାନେ ହେଲେ ମଞ୍ଚେଶ୍ୱର ଗାଁର ଦେବେନ୍ଦ୍ର ବାରିକ(୪୦) ଓ ଶରତ ଚନ୍ଦ୍ର ବାରିକ(୩୫)।ଗତ କିଛିଦିନ ତଳେ ଦେବେନ୍ଦ୍ର ଓ ଶରତ ମିଶି ସପ୍ତସତୀବିହାର ଅଞ୍ଚଳରେ ଥିବା ବିଭୁରଞ୍ଜନ ନାୟକଙ୍କ ଜମିକୁ ବିକ୍ରି କରିଦେଇଥିଲେ। ଏହାକୁ ନେଇ ବିଭୁଙ୍କ ସହ ଦେବେନ୍ଦ୍ର ଓ ଶରତଙ୍କ ବିବାଦ ସୃଷ୍ଟି ହୋଇଥିଲା। ତେବେ ଗତ ୨୧ ତାରିଖ ରାତିରେ ଉଭୟ ଦେବେନ୍ଦ୍ର ଓ ଶରତ ମିଶି ବିଭୁଙ୍କ ଚକେଇସିଆଣି ଘରକୁ ଯାଇ ମାର୍ପିଟ କରିବା ସହ ତାଙ୍କୁ ଧମକ ଦେଇଥିଲେ। ଏନେଇ ବିଭୁ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଶନିବାର ରାତିରେ ପୁଲିସ ମଞ୍ଚେଶ୍ୱର ଗାଁ ସ୍ଥିତ ଦେବେନ୍ଦ୍ର ଓ ଶରତଙ୍କ ଘରେ ଚଢ଼ଉ କରି ଉଭୟଙ୍କୁ ଗିରଫ କରିଥିଲା। ଉଭୟଙ୍କୁ ଥାନାକୁ ଆଣି ପଚରା ଉଚରା ପରେ ଆଜି କୋର୍ଟ ଚାଲାଣ କରାଯାଇଛି।
ଜଗାବାଡ଼ିକୁ ନେଇ ମାର୍ପିଟ, ୨ଭାଇ ଗିରଫ
/sambad/media/post_attachments/wp-content/uploads/2018/01/arrest-9.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)