ଜମି ବିବାଦକୁ ନେଇ ହଣାକଟା, ୨ଗିରଫ

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ଥାନା ଅଧୀନ କପିଳେଶ୍ୱର ଗ୍ରାମରେ ଜମି ଭାଗ ବଣ୍ଟା ଓ ରାସ୍ତାକୁ କେନ୍ଦ୍ର କରି ହଣାକଟା ହୋଇଛି। ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ଉଭୟ ପକ୍ଷରୁ ୨ଜଣଙ୍କୁ କୋର୍ଟ ଚାଲାଣ କରିଛି। ଗିରଫ ଯୁବକମାନେ ହେଲେ କପିଳେଶ୍ୱରର ରାମଚନ୍ଦ୍ର ବେହେରା ଓ ସନ୍ତୋଷ ବେହେରା। ପୁଲିସ ସୂଚନା ଅନୁଯାୟୀ କପିଳେଶ୍ୱରରେ ରହୁଥିବା ସନ୍ତୋଷ ରାମଚନ୍ଦ୍ରଙ୍କ ଘର ପଟେ ଯିବାକୁ କେନ୍ଦ୍ର କରି ପାଟିତୁଣ୍ଡ ଲାଗିଥିଲା। ସନ୍ତୋଷ ରାଗରେ ରାମଚନ୍ଦ୍ର ଓ ତାଙ୍କ ୨ଭାଇଙ୍କ ଘରେ ପଶି ଫୋପଡ଼ା ଫିଙ୍ଗା କରିବା ସହ ଆକ୍ରମଣ କରିଥିଲା। ଏହା ପରେ ରାମଚନ୍ଦ୍ର ଓ ତାଙ୍କ ୨ ଭାଇ ଆସିବା ପରେ ସନ୍ତୋଷଙ୍କ ପରିବାରଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଏନେଇ ଉଭୟ ପକ୍ଷ ଥାନାରେ ଅଭିଯୋଗ ପରେ ପୁଲିସ ଉଭୟ ପକ୍ଷରୁ ମାମଲା କରି ୨ ଜଣଙ୍କୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର